ବରଗଡ଼ରେ ଭୋଟ୍‌ ଗଣତି ଆରମ୍ଭ: ଏତିକି ରାଉଣ୍ଡରେ ସରିବ ଗଣତି

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ୍‌ ଆରମ୍ଭ ହୋଇଛି। ଏହି କ୍ରମରେ ବରଗଡ଼ ଜିଲାରେ ସଂସଦୀୟ କ୍ଷେତ୍ର ଅଧୀନ ୫ ନିର୍ବାଚନ ମଣ୍ଡଳୀର ଭୋଟ୍‌ ଗଣତି କଡ଼ା ସୁରକ୍ଷା ବ୍ୟବସ୍ଥାରେ ଆରମ୍ଭ ହୋଇଛି। ବରଗଡ଼ ପଞ୍ଚାୟତ କଲେଜ ପରିସରରେ ବରଗଡ଼, ଅତାବିରା ଏବଂ ଭଟଲି ନିର୍ବାଚନମଣ୍ଡଳୀର ଭୋଟ୍‌ ଗଣତି ଚାଲିଛି। ସେହିପରି ପଦ୍ମପୁର ମାର୍କେଟ ୟାର୍ଡ ପରିସରରେ ପଦ୍ମପୁର ଏବଂ ବିଜେପୁର ନିର୍ବାଚନ ମଣ୍ଡଳୀର ଭୋଟ୍‌ ଗଣତି ହେଉଛି। ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୋଟ୍‌ ଗଣତି ସର୍ବାଧିକ ୨୪ରାଉଣ୍ଡରେ ସରିବ। ସେହିପରି ବିଜେପୁର ନିର୍ବାଚନ ମଣ୍ଡଳୀର ୨୧ରାଉଣ୍ଡ, ଭଟ୍‌ଲି ନିର୍ବାଚନମଣ୍ଡଳୀର ୨୧ରାଉଣ୍ଡ, ଅତାବିରା ନିର୍ବାଚନ ମଣ୍ଡଳୀର ୧୯ରାଉଣ୍ଡ ଏବଂ ବରଗଡ଼ ନିର୍ବାଚନ ମଣ୍ଡଳୀର ୧୭ରାଉଣ୍ଡ ଭୋଟ୍‌ ଗଣତି ହେବ। ଏହା ସହିତ ପୋଷ୍ଟାଲ ବାଲଟରେ ପଡ଼ିଥିବା ମତଦାନ ଗଣନା କରାଯିବ। ସମୁଦାୟ ୭୦ ଇଭିଏମ୍‌ ଟେବୁଲରେ ଭୋଟ୍‌ ଗଣତି ଚାଲିଥିବା ବେଳେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ୧୪ଟି ଲେଖାଏ ଇଭିଏମ୍‌ ଟେବୁଲ ରହିଛି।

Share