ମଙ୍ଗଳବାର ଭୋଟ ଗଣତି: ଶେଷ ପର୍ଯ୍ୟାୟରେ ଗଞ୍ଜାମ ଜିଲା ପୋଲିସର ପ୍ରସ୍ତୁତି

ଛତ୍ରପୁର ୩।୬ (ଦିଲୀପ କୁମାର ସାମଲ): ଆସନ୍ତାକାଲି ଗଞ୍ଜାମ ଜିଲାର ଛତ୍ରପୁର ଅନଶ୍ଲୋ ଉଚ୍ଚ ବିଦ୍ୟାଳୟରେ ଛତ୍ରପୁର, ଖଲ୍ଲିକୋଟ, ହିଞ୍ଜିଳିକାଟୁ, ପୋଲସରା ଓ କବିସୂର୍ଯ୍ୟନଗର ବିଧାନସଭା ପାଇଁ ଭୋଟ ଗଣତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକୁ ସୁରୁଖୁରରେ ସମ୍ପାଦନ କରିବା ପାଇଁ ଉଭୟ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୃତୟନ କରାଯିବା ସହିତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି l ଏହି ପରିପ୍ରେକ୍ଷୀରେ ସୋମବାର ଗଞ୍ଜାମ ଏସ୍‌ପି ଜଗମୋହନ ମିନା ଭୋଟଗଣତି କେନ୍ଦ୍ରକୁ ଯାଇ କରାଯାଇଥିବା ବ୍ୟବସ୍ଥାର ତଦାରଖ କରିଛନ୍ତି l ଏହା ସହିତ ଉପସ୍ଥିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି l ସୁରୁଖୁରରେ ଭୋଟ ଗଣତି ସାରିବା ପାଇଁ ୩ ଟି ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି l ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ପାଇଁ ପୋଲିସ ମୃତୟନ କରାଯାଇଛି l