ଇସଲାମାବାଦ,୭ା୫: ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କ ବିଦେଶ ଗସ୍ତ ପାଇଁ ସମାଲୋଚନା କରିଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଇଂଲଣ୍ଡର ରାଜା ଚାଲର୍ସ ତୃତୀୟଙ୍କ ଶପଥ ଗ୍ରହଣ ପାଇଁ ବ୍ରିଟେନ ଯାଇଥିବା ବେଳେ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଏସ୍ସିଓ ବୈଠକରେ ଯୋଗଦେବାକୁ ଗୁରୁବାରଠାରୁ ଭାରତ ଗସ୍ତ କରିଛନ୍ତି।
ଇମ୍ରାନ କହିଛନ୍ତି, ‘ପାକିସ୍ତାନକୁ ବିଶ୍ୱରେ ଅସମ୍ମାନ କରାଯାଉଛି। ମୁଁ ପଚାରୁଛି, ବିଲାଓ୍ବଲ, ଆପଣ ସମଗ୍ର ବିଶ୍ୱରେ ବୁଲୁଛନ୍ତି, କିନ୍ତୁ ପ୍ରଥମେ ମୋତେ ପ୍ରଥମେ କୁହନ୍ତୁ ଯେ, ଯିବା ପୂର୍ବରୁ ଆପଣ କାହାକୁ ପଚାରିଥିଲେ? ଆପଣ ଯାତ୍ରା ସମୟରେ ଦେଶର ଟଙ୍କା ଖର୍ଚ୍ଚ କରିବେ? ତେବେ ଏହାର କ’ଣ ହେବ? ଏକ ରିପୋର୍ଟ ଅନୁଯାୟୀ, ଭାରତ ଗସ୍ତର ଲାଭ କ’ଣ ବୋଲି ଇମ୍ରାନ ପ୍ରଶ୍ନ କରିଛନ୍ତି।