Categories: ଜାତୀୟ

‘ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି’

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ପୂର୍ବାହ୍ନ ୧୧ଟାରୁ ମଧ୍ୟବର୍ତ୍ତୀକାଳୀନ ବା କାମଚଳା ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଏହି ମଧ୍ୟବର୍ତ୍ତୀ ବଜେଟ୍‌ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକ ପରେ ଏହାକୁ ଅନୁମୋଦନ କରାଯାଇଥିଲା।

ଅର୍ଥମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଘଟିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ଦ୍ରୁତଗତିରେ ଅଗ୍ରଗତି କରୁଛି। ବିକାଶରୁ ସାଧାରଣ ଲୋକ ଉପକୃତ ହେଉଛନ୍ତି। ସବ୍‌କା ସାଥ ଏବଂ ସବ୍‌କା ବିକାଶ ହେଉଛି ଆମ ସରକାରଙ୍କ ମୂଳମନ୍ତ୍ର। କରୋନା ପରେ ଅର୍ଥନୀତି ଦ୍ରୁତଗତିରେ ବୃଦ୍ଧି ପାଇଛି। ଲୋକମାନେ ନୂତନ ନିଯୁକ୍ତି ସୁଯୋଗ ପାଇଛନ୍ତି ଏବଂ ଆମ ସରକାର ଯୁବ ଦେଶର ଆଶା ଆକାଂକ୍ଷା ପୂରଣ କରିଛନ୍ତି। ଗ୍ରାମରେ ଲୋକଙ୍କ ବିକାଶ ଉପରେ ଆମର ସରକାର ଗୁରୁତ୍ୱ ଦେଉଛନ୍ତି।

 

 

Share