Categories: ଜାତୀୟ

ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ: ନଡ୍ଡା

ଡେରାଡୁନ,୨୧ ।୮: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ରେ ହେବ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ଭାରତୀୟ ଜନତା ପାର୍ଟି(ଭାଜପା)ତା’ର ଶଙ୍ଖନାଦ ଆରମ୍ଭ କଲାଣି । ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବେ ଦୁଇଦିନିଆ ଗସ୍ତରେ ଉତ୍ତରାଖଣ୍ଡ ଯାଇଛନ୍ତି । ଶୁକ୍ରବାର ସେ ସେଠାରେ ପହଞ୍ଚି ଦଳୀୟ ନେତା ଓ ଦଳୀୟ କର୍ମୀଙ୍କ ସହ କଥା ହୋଇ ଆସନ୍ତା ନିର୍ବାଚନ ପାଇଁ ମ୍ୟାପ ପ୍ରସ୍ତୁତ କରିଛନ୍ତି ବୋଲି କୁହାଯାଉଛି । ଶନିବାର ନଡ୍ଡା ସେଠାରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇ ମୋଦିଙ୍କ ଉପଲବ୍ଧି ବିଷୟରେ କହିଛନ୍ତି । ଅଟଳ ଟନେଲ କଥା କହି ସେ କହିଛନ୍ତି ମୋଦିଙ୍କ ଶାସନ କାଲ ମଧ୍ୟରେ ସବୁଠାରୁ ଦୀର୍ଘ ଟନେଲର ନିର୍ମାଣ କରାଯାଇଛି । ଏହାସହ ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ବୋଲି ନଡ୍ଡା କହିଛନ୍ତି । ଦେଶ ୧.୩୫ ଲକ୍ଷ କୋଟି ଟଙ୍କାରେ ନୂଆ ଅସ୍ତ୍ରଶସ୍ତ୍ର କ୍ରୟ କରାଯାଇଛି । ତେଣୁ ମୋଦିଙ୍କ ଶାସନ କାଳରେ ଦେଶ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି ନଡ୍ଡା ଦାବି କରିଛନ୍ତି ।

Share