Categories: ଜାତୀୟ

ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶ ଏକଜୁଟ, କଂଗ୍ରେସ କହିଲା ଆମେ ସରକାରଙ୍କ ସାଥିରେ ରହିଛୁ…

ନୂଆଦିଲ୍ଲୀ,୨୬।୮: ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପଡ଼ୋଶୀ ଦେଶରେ ଦେଖାଦେଇଥିବା ମାନବୀୟ ସଙ୍କଟ ସମୟରେ ଭାରତ ଏକଜୁଟ ହୋଇଛି। ସର୍ବଦଳୀୟ ବୈଠକରେ ବିରୋଧୀ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଆମେ ସରକାରଙ୍କ ସାଥିରେ ରହିଛୁ। ସରକାରଙ୍କ ପ୍ରତି ନିଷ୍ପତ୍ତିରେ କଂଗ୍ରେସ ସହାୟତା କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଗୁରୁବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବୈଠକରେ ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସର୍ବଦଳୀୟ ପ୍ୟାନେଲ ଅବଗତ କରାଇଛନ୍ତି। କଂଗ୍ରେସ ପକ୍ଷରୁ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ସରକାରଙ୍କ ଏସମ୍ପର୍କିତ ପ୍ରତି ରଣନୀତି ଏବଂ ପଦକ୍ଷେପକୁ ଦଳ ସମର୍ଥନ କରିବ। ଇତିମଧ୍ୟରେ ଆଫଗାନିସ୍ତାନରୁ ଭାରତକୁ ୬୨୬ ଜଣ ଆସିଥିବାବେଳେ ସେମାନଙ୍କ ମଧ୍ୟରେ ୨୨୮ ଜଣ ଭାରତୀୟ ରହିଥିବା ଜୟଶଙ୍କର କହିଛନ୍ତି। ଗୁରୁବାର ହିଣ୍ଡନ ଏୟାର ବେସ୍‌ରେ ୩୫ ଜଣ ଲୋକଙ୍କ ନେଇ ଭାରତୀୟ ବାୟୁସେନା ବିମାନ ଗ୍ଲୋବ୍‌ମାଷ୍ଟର ପହଞ୍ଚିଛି। ସେମାନଙ୍କ ମଧ୍ୟରେ ୨୪ ଜଣ ଭାରତୀୟ ଥିବାବେଳେ ୧୧ ଜଣ ନେପାଳ ନାଗରିକ ରହିଛନ୍ତି।

Share