‘ଦେଶରେ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ’

ଭୁବନେଶ୍ୱର, ୩୧।୭(ଅନୁରାଧା ମହାରଣା): ବର୍ତ୍ତମାନ ଭାରତରେ ଦୁଇଟି ଆୟକର ବ୍ୟବସ୍ଥା କାର୍ଯ୍ୟକାରୀ ଥିବାବେଳେ ଦେଶରେ କେବଳ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ ବୋଲି ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା କହିଛନ୍ତି। ସେ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ନ ଦାଖଲ କରୁଥିବା ୭୦ ପ୍ରତିଶତ ଟିକସଦାତା ନୂତନ ଆୟକର ବ୍ୟବସ୍ଥାରେ ଆୟକର ରିଟର୍ନ ଦାଖଲ କରିଛନ୍ତି। ବ୍ୟବସାୟ ଚାମ୍ବର ପିଏଚ୍‌ଡି ହାଉସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ପୋଷ୍ଟ ବଜେଟ ଅଧିବେଶନକୁ ସମ୍ବୋଧିତକରି ମାଲହୋତ୍ରା କହିଛନ୍ତି, ବର୍ତ୍ତମାନ ଦେଶରେ ଏକ ପୁରୁଣା ଆୟକର ବ୍ୟବସ୍ଥା ଏବଂ ଏକ ନୂତନ ଆୟକର ବ୍ୟବସ୍ଥା ରହିଛି। ମାତ୍ର ଦେଶରେ କେବଳ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ। ଗତ ୨୩ ତାରିଖରେ ବଜେଟ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆୟକର ଅଧିନିୟମ ୧୯୬୧ର ସମୀକ୍ଷା ଘୋଷଣା କରିଛନ୍ତି, ଯାହା ୬ ମାସ ମଧ୍ୟରେ ପୂରଣ ହେବ। ରାଜସ୍ବ ସଚିବ କହିଛନ୍ତି, ଆୟକର ଅଧିନିୟମର ସମୀକ୍ଷା ଏକ ବଡ଼ କାର୍ଯ୍ୟ। କାରଣ ଏହି ଅଧିନିୟମ ୧୬୦୦ ପୃଷ୍ଠାର । ଏହି ଅଧିନିୟମକୁ ସମୀକ୍ଷା କରିବା ଏକ ବଡ ଆହ୍ବାନ। ପୁଞ୍ଜି ଲାଭ ଟିକସ ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ସେ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ୧୦.୫ ଲକ୍ଷ ରିଟର୍ନ ଅଧ୍ୟୟନ କରିଥିଲୁ ଯେଉଁଥିରେ ଜମି ଏବଂ କୋଠାଘରରୁ ପୁଞ୍ଜି ଲାଭ ମିଳିଥିଲା। ସେ କହିଛନ୍ତି, ୨୦୨୨-୨୩ରେ ରିଅଲ ଇଷ୍ଟେଟ ଉପରେ ପ୍ରଭାବଶାଳୀ ଦୀର୍ଘକାଳୀନ କ୍ୟାପିଟାଲ ପୁଞ୍ଜି ଲାଭ ହାର ୧୧.୫୪ ପ୍ରତିଶତ ଥିଲା, ଯାହା ଦରମା ଉପରେ ଆୟକରଠାରୁ କମ୍‌। ଏଭଳି ପରିସ୍ଥିତିରେ ରିଅଲ ଇଷ୍ଟେଟ ଉପରେ ଦୀର୍ଘକାଳୀନ ପୁଞ୍ଜି ଲାଭ ଟ୍ୟାକ୍ସରେ ସାମାନ୍ୟ ବୃଦ୍ଧି ଘଟିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟରେ, ସମ୍ପତ୍ତି ବିକ୍ରୟ ଉପରେ ଦୀର୍ଘକାଳୀନ ପୁଞ୍ଜି ଲାଭ ଟ୍ୟାକ୍ସ ହିସାବ କରିବାକୁ ସୂଚକାଙ୍କ ଲାଭ ରଦ୍ଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କୁଲଦୀପ ଏଭରଗ୍ରୀନ୍‌ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,,୧୬।୯ (ଅଭୟ ଦାଶ): ଦେଶର ପ୍ରମୁଖ ଚା’ ବ୍ରାଣ୍ଡ୍‌ ତଥା ନେହା ଏଣ୍ଟରପ୍ରାଇଜର୍ସ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri