Categories: ଫୁରସତ

ଗାଁଠୁ ଛୋଟ ଦେଶ

ଏଇ ପୃଥିବୀରେ ଏମିତି ବି ଦେଶ ରହିଛି ଯାହାର କ୍ଷେତ୍ରଫଳ ଗୋଟିଏ ଛୋଟ ଗାଁଠାରୁ ବି କମ୍‌। ସେଭଳି ଏକ
ଦେଶ ହେଉଛି ମୋନାକୋ। ଜାଣିବା ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ…ବିକାଶ ସୂଚୀ ୧ରୁ ଅଧିକ ଥିବାରେ ଏହା ହେଉଛି ପୃଥିବୀର ଏକମାତ୍ର ଦେଶ। ସିଟି ପରେ ପୃଥିବୀର ସବୁଠୁ କ୍ଷୁଦ୍ରତମ ଦେଶ ହେଉଛି ମୋନାକୋ। ଯାହାର କ୍ଷେତ୍ରଫଳ ମାତ୍ର ୨.୦୨ ବର୍ଗ କିଲୋମିଟର। ଜନଗଣନା ଅନୁଯାୟୀ ଏହାର ଜନସଂଖ୍ୟା ୩୮,୪୯୯। ସାନ୍ଧ୍ରତା ବା ସ୍ଥାନ ପ୍ରତି ଜନସଂଖ୍ୟା ଅନୁସାରେ ଏହା ପୃଥିବୀର ଜନଗହଳି ଦେଶ। ତେବେ ପ୍ରତିଦିନ ଏଠାରକୁ ଇଟାଲୀ ଏବଂ ଫ୍ରାନ୍ସରୁ ୫୦,୦୦୦ କର୍ମୀ ଆସୁଥିବାରୁ ଏହାର ଜନସଂଖ୍ୟା ଦୁଇଗୁଣ ହୋଇଯାଏ। ଧନିକ ଶ୍ରେଣୀୟ ବ୍ୟକ୍ତିମାନଙ୍କ ଲାଗି ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ବିଶେଷକରି ଏଠାରେ ଥିବା କ୍ୟାସିନୋ ଡେ ମଣ୍ଟେକାର୍ଲୋରେ ବସି ଜୁଆ ଏବଂ ଅନ୍ୟାନ୍ୟ ଖେଳର ମଜା ନେବା ଏବଂ ଓସେନୋଗ୍ରାଫିକ ମ୍ୟୁଜିୟମ୍‌ରେ ଗଭୀର ସମୁଦ୍ରର ବିଭିନ୍ନ ଦୃଶ୍ୟକୁ ଉପଭୋଗ ଲାଗି ପର୍ଯ୍ୟଟକ ବେଶି ଆକୃଷ୍ଟ ହୋଇଥାନ୍ତି। ଏହି ଜୁଆଖେଳ ଟେବୁଲ୍‌ଗୁଡିକ ୧୮୫୬ ମସିହାରୁ ରହିଥିବା କୁହାଯାଏ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏଠାକାର ବାସିନ୍ଦାଙ୍କୁ କ୍ୟାସିନୋ ମଧ୍ୟରେ ଜୁଆ ଖେଳିବାର ଅନୁମତି ନାହିଁ। ଦେଶର ସମସ୍ତ ରାଜକୋଶ ଏହାର ପର୍ଯ୍ୟଟନ ଏବଂ କ୍ୟାସିନୋରୁ ଆସିଥାଏ।ଆୟୋଜିତ ଗ୍ରାଣ୍ଡ ପ୍ରିକ୍ସ କାର୍‌ ରେସ୍‌ ବିଶ୍ୱ ପ୍ରସିଦ୍ଧ। ସ୍ଥାୟୀ ବାସିନ୍ଦାଙ୍କୁ ମୋନେଗାସ୍କ୍‌ କୁହାଯାଉଥିବା ବେଳେ ବାହାର ଦେଶରେ ଜନ୍ମିତ କିନ୍ତୁ ଏଠାରେ ଘର କରି ରହୁଥିବା ବାସିନ୍ଦାଙ୍କୁ ମୋନାକୋଇଆନ୍‌ ବୋଲି କୁହାଯାଇଥାଏ।

Share