Posted inଜାତୀୟ

ଦେଶକୁ ମିଳିବେ ପ୍ରଥମ ମହିଳା ପ୍ରଧାନ ବିଚାରପତି, ସୁପ୍ରିମ୍‌କୋର୍ଟଙ୍କ ସୁପାରିଶକୁ କେନ୍ଦ୍ରର ସ୍ବୀକୃତି…

ନୂଆଦିଲ୍ଲୀ,୨୬।୮: ଦେଶକୁ ୨୦୨୭ରେ ଜଣେ ମହିଳା ପ୍ରଧାନବିଚାରପତି ମିଳିବା ନିଶ୍ଚିତ ହୋଇଛି। ସୁପ୍ରିମକୋର୍ଟରେ ବିଚାରପତିଙ୍କ ୯ ଟି ଖାଲି ପଦବୀରେ ନିଯୁକ୍ତି ପାଇଁ ୯ ଜଣଙ୍କ ନାମ ଅଗଷ୍ଟ ୧୮ରେ ସୁପାରିଶ ଲାଗି ପଠାଯାଇଥିଲା। ଏହାକୁ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମର ବୈଠକ ପରେ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ କେନ୍ଦ୍ରକୁ ପଠାଯାଇଥିଲା। ତାଲିକାରେ ୩ ଜଣ ମହିଳା ବିଚାରପତିଙ୍କ ନାମ ରହିଛି। ଏଥିସହ ଜଣେ ବରିଷ୍ଠ ଓକିଲଙ୍କୁ ସୁପ୍ରିମକୋର୍ଟରେ ସିଧାସଳଖ ନିଯୁକ୍ତି ପାଇଁ ମଧ୍ୟ ସୁପାରିଶ କରାଯାଇଥିଲା। ସୁପାରିଶ ପାଇଁ କେନ୍ଦ୍ରକୁ ପଠାଯାଇଥିବା ତାଲିକାରେ ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ହିମା କୋହଲି, କର୍ନାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ଭି ନାଗରାଥନା, ଗୁଜୁରାଟ ହାଇକୋର୍ଟର ଜଜ ବେଲା ତ୍ରିବେଦୀ, କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଏସ ଓକା, ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ,ସିକିମ ହାଇକୋର୍ଟର ପ୍ରଧାନ ବିଚାରପତି ଜେ.କେ ମହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ଜଷ୍ଟିସ ସିଟି ରବିନ୍ଦ୍ରକୁମାର, ମାଡ୍ରାସ ହାଇକୋର୍ଟର ବିଚାରପତି ଏମ.ଏମ ସୁନ୍ଦରେଶ ପ୍ରମୁଖଙ୍କ ନାମ ରହିଥିଲା। ସେହିପରି ବରିଷ୍ଠ ଆଡଭୋକେଟ ପିଏସ ନରସିଂହଙ୍କୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି କରିବାକୁ ସୁପାରିଶ କରାଯାଇଥିଲା। କେନ୍ଦ୍ର ସରକାର ଏହି ସମସ୍ତ ସୁପାରିଶକୁ ଗ୍ରହଣ କରିଛନ୍ତି। ଫଳରେ ଭବିଷ୍ୟତରେ ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ବି.ଭି ନାଗରାଥନା ଏବଂ ପିଏସ ନରସିଂହ ଭାରତର ପ୍ରଧାନ ବିଚାରପତି ହେବାର ଆଶା ରହିଛି। ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କୌଣସି ମହିଳା ପ୍ରଧାନ ବିଚାରପତି ହୋଇ ନାହାଁନ୍ତି। କେନ୍ଦ୍ର ଏହି ସୁପାରିଶ୍‌କୁ ମଞ୍ଜୁର କରିଥିବାରୁ ଜଷ୍ଟିସ ନାଗରାଥନା ୨୦୨୭ରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାର ସମ୍ଭାବନା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

କଂଗ୍ରେସର ହାର୍ଟବିଟ ବଢାଉଛି ଶୈଳଜାଙ୍କ ନିରବତା

ନୂଆଦିଲ୍ଲୀ,୨୨।୯: ହରିୟାଣାରେ ବିଧାନସଭା ନିର୍ବାଚନର ଉତ୍ସାହ ଜୋରସୋରରେ ଚାଲିଛି, କିନ୍ତୁ ଏହି ନିର୍ବାଚନ ଶବ୍ଦ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା କୁମାରୀ ଶୈଳଜାଙ୍କ ନିରବତା ଅନେକ...

ହିନ୍ଦୁମାନଙ୍କ ଭାବନା ସହ ଖେଳାଯାଇଛି, ରବିଶଙ୍କର କହିଲେ କେବଳ ଲଡୁ ନୁହେଁ…

ହାଇଦ୍ରାବାଦ,୨୨ା୯: ତିରୁପତି ବାଲାଜୀଙ୍କ ଲଡୁକୁ ନେଇ ତୁଟୁନି ବିବାଦ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର। ୧୮୫୭ ସିପାହୀ ବିଦ୍ରୋହ...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ଦିଲ୍ଲୀରେ ରହିବାକୁ ମୋର ଘର ନାହିଁ, କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨ା୯: ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ। ଏହା...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri