Categories: ଜାତୀୟ

ଅଲମ୍ପିକ୍‌ରେ ତ୍ରିରଙ୍ଗା ଦେଖି ଦେଶବାସୀ ରୋମାଞ୍ଚିତ…

ନୂଆଦିଲ୍ଲୀ,୨୫।୭: ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ଦେଖି ଦେଶବାସୀ ରୋମାଞ୍ଚିତ ହୋଇଉଠିଛନ୍ତି। କରୋନା ମହାମାରୀରେ ବି ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୯ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ରବିବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଅଲମ୍ପିକ୍‌ରେ ଅଂଶଗ୍ରହଣ କରିଥିବା ଦେଶର ସମସ୍ତ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି। ଜୁଲାଇ ୨୬ରେ କାରଗୀଲ୍‌ ବିଜୟ ଦିବସ ପାଳନ ହେବାକୁ ଯାଉଛି। ଏନେଇ ମୋଦି ଶହୀଦ୍‌ ଯବାନଙ୍କ ସ୍ମୃତିଚାରଣ କରିଛନ୍ତି। ସେହିପରି ଚଳିତ ବର୍ଷ ଅଗଷ୍ଟ ୧୫ରେ ଦେଶ ସ୍ବାଧୀନ ହେବାକୁ ୭୫ ହେବାକୁ ଯାଉଛି। ଏହି ଅବସରରେ ଅମୃତ ମହୋତ୍ସବ ପାଳିତ ହେବାକୁ ଯାଉଛି। ଏହା କୌଣସି ରାଜ୍ୟର ଅବା କୌଣସି ରାଜନୈତିକ ଦଳର ଉତ୍ସବ ନୁହେଁ। ଏହା ସମଗ୍ର ଭାରତବାସୀଙ୍କର ଏକ ଐତିହାସିକ ଉତ୍ସବ। ଏହି ଅବସରରେ ଦେଶର ସ୍ବାଧୀନତା ପଥରେ ପ୍ରାଣବଳି ଦେଇଥିବା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share