Categories: ଫୁରସତ

ଦେଶର ପ୍ରଥମ ଡିଜିଟାଲ ନାଗରିକ

ଥିମ୍ଫୁ: ଭୁଟାନର ରାଜକୁମାର ୭ ବର୍ଷୀୟ ଜିଗ୍‌ମେ ନାମ୍‌ଜୟେଲ୍‌ ୱାଙ୍ଗଚୁକ୍‌ ଭୁଟାନ ନ୍ୟାଶନାଲ ଡିଜିଟାଲ ପରିଚୟ(ଏନ୍‌ଡିଏ) ମୋବାଇଲ ୱାଲେଟ୍‌ ଉପରେ ଦେଶର ପ୍ରଥମ ଡିଜିଟାଲ ନାଗରିକତ୍ୱ ହାସଲ କରିଛନ୍ତି। ଏନେଇ ଭୁଟାନ ଲାଇଭ୍‌ ରିପୋର୍ଟ କରିଛି। ରିପୋର୍ଟ ମୁତାବକ, ଭୁଟାନ ଏନ୍‌ଡିଏ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ନାଗରିକଙ୍କୁ ସୁରକ୍ଷିତ ତଥା ଯାଞ୍ଚଯୋଗ୍ୟ ପରିଚୟ ପ୍ରମାଣପତ୍ର ପ୍ରଦାନ କରିଥାଏ। ସେମାନଙ୍କ ଗୋପନୀୟତାକୁ ମଧ୍ୟ ସୁରକ୍ଷିତ ରଖେ। ଭୁଟାନର କାର୍ଯ୍ୟନିର୍ବାହୀ ସଚିବ ଜିଗ୍‌ମେ ଟେନ୍‌ଜିଂ କହିଛନ୍ତି, ଦେଶର ପ୍ରଥମ ଡିଜିଟାଲ ନାଗରିକ ଭାବେ ସେ ତାଙ୍କ ରାଜକୁମାର ପାଇଥିବାରୁ ସେମାନେ ଗୌରବାନ୍ବିତ। ଏହି ଫ୍ଲାଗ୍‌ଶିପ୍‌ ପଦକ୍ଷେପ ନାଗରିକମାନଙ୍କୁ ସୁରକ୍ଷିତ ଓ ଯାଞ୍ଚଯୋଗ୍ୟ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରିବ ଏବଂ ତାଙ୍କ ଡିଜିଟାଲ ଭବିଷ୍ୟତ ପାଇଁ ଏକ ମୂଳଦୁଆ ପକାଇବ ବୋଲି ସେ କହିଛନ୍ତି। ଟେକ୍ନୋଲୋଜି ବିକାଶ କ୍ଷେତ୍ରରେ ଏହା ତାଙ୍କୁ ସାହାଯ୍ୟ କରିବ। ଜୀବନକୁ ପରିବର୍ତ୍ତନ କରିବାକୁ ଟେକ୍ନୋଲୋଜି ବ୍ୟବହାର ପ୍ରେରଣାଦାୟୀ ହେବ।

Share