Advertisement

ଖସିପାରେ ଦେଶର ଅଭିବୃଦ୍ଧି: ଜିଡିପି ୪ ବର୍ଷର ସର୍ବନିମ୍ନ ସ୍ତର ୬.୪% ଛୁଇଁବା ଅନୁମାନ

ନୂଆଦିଲ୍ଲୀ, ୮ା୧:ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୪-୨୫ ଆର୍ଥିକବର୍ଷରେ ଭାରତର ଅଭିବୃଦ୍ଧି ୬.୪ ପ୍ରତିଶତକୁ ଖସିପାରେ, ଯାହାକି କୋଭିଡ୍‌-୧୯ ପରେ ସର୍ବନିମ୍ନ ସ୍ତର। ବିନିର୍ମାଣ (ମାନୁଫାକ୍ଚରିଂ) ଓ ନିବେଶ (ଇନ୍‌ଭେଷ୍ଟମେଣ୍ଟ) ହ୍ରାସ ଯୋଗୁ ମୋଟ ଘରୋଇ ଉତ୍ପାଦ (ଜିଡିପି) ଏଭଳି ନକାରାମତ୍କ ପ୍ରଭାବିତ ହୋଇପାରେ। ହୋଟେଲ, ଆର୍ଥିକ ସେବା ଓ ରିଅଲ ଇଷ୍ଟେଟ୍‌ ବ୍ୟବସାୟ ମଧ୍ୟ ଧିମେଇପାରେ ବୋଲି କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଏକ ପ୍ରାରମ୍ଭିକ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ୨୦୨୪ ମାର୍ଚ୍ଚ ୩୧ରେ ସମାପ୍ତ ହୋଇଥିବା ପୂର୍ବ ଆର୍ଥିକବର୍ଷରେ ଜିଡିପି ୮.୨% ଥିବାବେଳେ ଚଳିତ ଆର୍ଥିକବର୍ଷରେ ଏହା ୬.୬% ରହିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପୂର୍ବରୁ ଆକଳନ କରିଥିଲା, ଯାହାକୁ ସଦ୍ୟ ରିପୋର୍ଟ ଭୁଲ୍‌ ପ୍ରମାଣିତ କରିଛି। ଏଥିଯୋଗୁ ଭାରତୀୟ ଅର୍ଥନୀତି ନିମ୍ନଗାମୀ ହେବା ସହ ଜନମଙ୍ଗଳକାରୀ ଯୋଜନାଗୁଡ଼ିକ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share