ନୂଆବର୍ଷ ୨୦୨୩ରେ ବି ଶେଷ ହେବନି ଦେଶର ସମସ୍ୟା: ଋଷି ସୁନକ…

ଲଣ୍ଡନ,୩୧।୧୨ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଶନିବାର ତାଙ୍କର ପ୍ରଥମ ନୂତନ ବର୍ଷର ବାର୍ତ୍ତାରେ ଚେତାବନୀ ଦେଇଛନ୍ତି ଯେ ୨୦୨୩ ଶେଷ ସୁଦ୍ଧା ବ୍ରିଟେନର ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ନାହିଁ।

ଅକ୍ଟୋବର ଶେଷରେ ଡାଉନ ଷ୍ଟ୍ରିଟରେ ନିଜର ଉଦବୋଧନକୁ ମନେ ପକାଇ ସେ କାର୍ଯ୍ୟ ଜାରି ରଖିବାକୁ ଦେଇଥିବା ପ୍ରତିଶ୍ରୁତିକୁ ଦୋହରାଇଥିଲେ।

ସୁନକ କହିଛନ୍ତି, ନୂଆ ବର୍ଷରେ ଆମର ସମସ୍ତ ସମସ୍ୟା ଦୂର ହେବ ବୋଲି କହି ମୁଁ ଦେଶବାସୀଙ୍କ ସହିତ ଛଳନା କରିବାକୁ ଯାଉନାହିଁ। କିନ୍ତୁ ୨୦୨୩ ବ୍ରିଟେନକୁ ସ୍ବାଧୀନତା ଏବଂ ଗଣତନ୍ତ୍ରର ରକ୍ଷା କରି ବିଶ୍ୱ ମଞ୍ଚରେ ପ୍ରଦର୍ଶନ କରିବାର ସର୍ବୋତ୍ତମ ସୁଯୋଗ ଦେବ।

ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଭାରତୀୟ ମୂଳ ବ୍ରିଟିଶ ପ୍ରଧାନମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ରୁଷିଆ ୟୁକ୍ରେନ ବିରୁଦ୍ଧରେ ଏକ ବର୍ବର ଏବଂ ବେଆଇନ ଆକ୍ରୋଶ ଆରମ୍ଭ କରିଥିଲା।

ରୁଷିଆ-ୟୁକ୍ରେନ ଯୁଦ୍ଧ ସମଗ୍ର ବିଶ୍ୱରେ ଗଭୀର ଆର୍ଥିକ ପ୍ରଭାବ ପକାଇଛି ବୋଲି ସୁନକ କହିଛନ୍ତି। ବ୍ରିଟେନ ମଧ୍ୟ ଏଥିରୁ ବ୍ୟତିକ୍ରମ ନୁହେଁ। ମୁଁ ଜାଣେ ଆପଣମାନଙ୍କ ମଧ୍ୟରୁ ଅନେକ ଘରେ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଛନ୍ତି। ସେଥିପାଇଁ ଋଣକୁ ନିୟନ୍ତ୍ରଣକୁ ଆଣିବା ପାଇଁଆମ ସରକାର ଯଥାର୍ଥ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିଗୁଡିକ ଯୋଗୁ ହିଁ ଆମେ ବିଦ୍ୟୁତ ବିଲ ବୃଦ୍ଧିରେ ଆର୍ଥିକ ଦୃଷ୍ଟିରୁ ଅଧିକ ଅସୁରକ୍ଷିତ ଲୋକଙ୍କୁ ସାହାଯ୍ୟ କରିବାରେ ସକ୍ଷମ ହୋଇଛୁ।

Share