Categories: ଜାତୀୟ

ଦେଶର ଯୁବ ଶକ୍ତି ଏବେ ବିକାଶ ମୁହାଁ…

ନୂଆଦିଲ୍ଲୀ,୨୯।୮: ଦେଶର ଯୁବ ଶକ୍ତି ଏବେ ବିକାଶ ମୁହାଁ ହୋଇଛନ୍ତି। ଯୁବ ବର୍ଗ ନିଜର ସର୍ବଶ୍ରେଷ୍ଠ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛନ୍ତି। ଏବେ ଭାରତ ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୦ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ରବିବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ହକି ଯାଦୁକର ମେଜର ଧାନଚାନ୍ଦଙ୍କ ଜନ୍ମ ଦିବସ ଅବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ଦେଶର ଯୁବା ମନ ବର୍ତ୍ତମାନ ନିଜକୁ ସର୍ବୋତ୍ତମ ଧ୍ୟାନ ପ୍ରତି କେନ୍ଦ୍ରୀତ କରିଛି। ଖେଳନା କିପରି ତିଆରି କରିବେ, ବିଭିନ୍ନ ପ୍ରକାରର ଖେଳନା କ’ଣ, ଖେଳନାରେ ଟେକ୍ନୋଲୋଜି କ’ଣ, ଶିଶୁ ମନୋବିଜ୍ଞାନ ଅନୁଯାୟୀ ଖେଳନା କିପରି ତିଆରି କରାଯାଏ। ଏସବୁ ପ୍ରତି ଆଜି ଆମ ଦେଶର ଯୁବକମାନେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି।
ଆଜି ଦେଶର ଛୋଟ ସହରରେ ମଧ୍ୟ ଷ୍ଟାର୍ଟ ଅପ ସଂସ୍କୃତି ବିସ୍ତାରିତ ହେବାରେ ଲାଗିଛି ଏବଂ ମୁଁ ଏଥିରେ ଉଜ୍ଜ୍ୱଳ ଭବିଷ୍ୟତର ଲକ୍ଷଣ ଦେଖୁ ପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭାରତ ଏହାର ମହାକାଶ କ୍ଷେତ୍ରକୁ ପୂର୍ବାପେକ୍ଷା ଅଧିକ ବିସ୍ତାର କରିଛି। ଯୁବ ପିଢ଼ି଼ି ଏହି ସୁଯୋଗକୁ ଉପଯୋଗ କରୁଛନ୍ତି। ଏନେଇ କଲେଜ, ବିଶ୍ୱବିଦ୍ୟାଳୟର ଛାତ୍ର, ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବକମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Share