କ୍ରିକେଟକୁ ଭଦ୍ରବ୍ୟକ୍ତିଙ୍କ ଖେଳ ବୋଲି ବିବେଚନା କରାଯାଏ। କିନ୍ତୁ ବେଳେବେଳେ ଖେଳାଳିମାନେ ପଡିଆରେ ଏମିତି କିଛି କାର୍ଯ୍ୟ କରିଥାନ୍ତି, ଯାହାଦ୍ୱାରା କ୍ରିକେଟ୍ ନିନ୍ଦିତ ହୁଏ। ସେମିତି କିଛି ଘଟଣା କାଉଣ୍ଟି କ୍ରିକେଟ୍ରେ ଦେଖିବାକୁ ମିଳିଛି। କାଉଣ୍ଟି ଚାମ୍ପିଅନସିପରେ ମିଡଲ୍ସେକ୍ସ ଏବଂ ହାମ୍ପସାୟର୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାମ୍ପସାୟାର ଫାଷ୍ଟ ବୋଲର କେଥ୍ ଓ୍ବାର୍କରଙ୍କ ଥଟ୍ଟା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ମିଡଲ୍ସେକ୍ସର ନିକ ଗୁବିନ୍ସ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ନିକ କେଥ୍ଙ୍କ ଏକ ବଲ୍ରେ ପ୍ରଥମ ରନ ନେଇ ଫେରୁଥିବା ବେଳେ ତାଙ୍କ ଗୋଡ ଖସିଯିବାରୁ ସେ ତଳେ ପଡିଯାଇଥିଲେ। ଏହାପରେ କେଥ୍ ତାଙ୍କୁ ଉଠାଇବା ପାଇଁ ହାତ ବଢାଇଥିଲେ, ନିକ ହାତ ସହାତା ନେବାକୁ ହାତ ବଢାଇବାକୁ କେଥ୍ ତାଙ୍କୁ ନ ଉଠାଇ ପଳାଇଥିଲେ। ପରେ ନିକ ନିଜେ ନିଜେ ଉଠିଥିଲେ । ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହୋଇଛି।
ଯଦିଓ ଅନେକ ପ୍ରଶଂସକ ଏହାକୁ କେବଳ ଥଟ୍ଟା ମନେ କରିଛନ୍ତି, କିନ୍ତୁ କେତେକ ୟୁଜର୍ସ କେଥ୍ଙ୍କୁ ନିନ୍ଦା କରିଛନ୍ତି।
Alpha’s gonna alpha pic.twitter.com/VDCfMO6qZh
— The Grade Cricketer (@gradecricketer) May 15, 2021