
କୋଣାର୍କ,୪।୪: ପୁରୀ ଜିଲା ବଳଙ୍ଗା ଥାନା କମବରି ଗାଁରେ ଏକ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଘରେ ପଶି ଦମ୍ପତିଙ୍କୁ ହାଣି ୧ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏନେଇ ବଳଙ୍ଗା ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ଦୁର୍ବୃତ୍ତମାନେ ମୁହଁରେ ଗାମୁଛା ବାନ୍ଧି ଘରେ ଅତର୍କିତ ଭାବେ ପଶି ଯାଇଥିଲେ। ହେଲେ ସ୍ତ୍ରୀ- ସ୍ବାମୀ ଏହାର ପ୍ରତିବାଦ କରିଥିଲେ। ହେଲେ ଦୁବୃର୍ତ୍ତମାନେ ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଘରେ ଥିବା ନଗଦ ୧ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।