ଯାଜପୁରରେ ନବଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର ଅଫିସ,୧୫।୭: ବେକରେ ଦଉଡ଼ି ଦେଇ ନବଦମ୍ପତିଙ୍କ ଆତ୍ମହତ୍ୟା। ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଏଭଳି ଘଟିଥିବା ପୋଲିିସ ଅନୁମାନ କରୁଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଯାଜପୁର ବିଞ୍ଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ(୩୩) ଯାଜପୁର ଟାଉନ ଥାନା ଖଣ୍ଡରା ଗ୍ରାମର ଅନିଶା ନାଥ(୨୦)ଙ୍କୁ ଗତ ବର୍ଷ ଜୁଲାଇ ୬ରେ ବିବାହ କରିଥିଲେ। ଦୀପକ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ହେଉ ନ ଥିଲା। ଅନ୍ୟପଟେ ବୋହୂ ଅନିଶାଙ୍କୁ ତାଙ୍କ ଶାଶୁ ଓ ନଣନ୍ଦ ନିର୍ଯାତନା ଦେଉଥିବା ନେଇ ଝିଅର ବାପ ଘରଲୋକ ଅଭିଯୋଗ ଆଣିଛନ୍ତି। ଅନିଶା ୬ ମାସ ହେଲା ବାପ ଘରେ ରହୁଥିଲେ। ଗତ ୧୧ତାରିଖରେ ଦୀପକ ଘରକୁ ଫେରିଥିବା ବେଳେ ଅନିଶା ମଧ୍ୟ ଶାଶୁଘରକୁ ଆସିଥିଲେ। ତେବେ ଗୁରୁବାର ଘର ଭିତରୁ ଦୁହିଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପକର୍ର୍ ଥିବା ନେଇ ଉଭୟ ପରିବାର ଲୋକେ କହୁଥିବା ବେଳେ କେଉଁ କାରଣରୁ ଦୁହେଁ ଆତ୍ମହତ୍ୟା କଲେ ସେନେଇ ଅସ୍ପଷ୍ଟ ରହିଛି। ଅନ୍ୟପଟେ ବିଞ୍ଝାରପୁର ଥାନାଧିକାରୀ ଅମରେନ୍ଦ୍ର ଦାଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share