ବରଗଡ଼ ଅଫିସ୍,୨୦।୫: ବରଗଡ଼ ସଦର ଥାନାରେ ଗୁରୁବାର ଏକ ପ୍ରେମ ବିବାହ ସମ୍ପନ୍ନ ହୋଇଛି। ବରଗଡ଼ ବ୍ଲକ ଅଧୀନ ରୁହୁନିଆଁ ଗ୍ରାମର ହରିହର ଭୋଇ ଏବଂ ଖୁଣ୍ଟପାଲି ଗ୍ରାମର ଉର୍ମିତା ପ୍ରଧାନ ଫୁଲମାଳ ଦେଇ ପରସ୍ପରକୁ ଜୀବନ ସାଥୀ ଭାବେ ବାଛି ନେଇଛନ୍ତି। ବିବାହ ପରେ ଉର୍ମିତାଙ୍କୁ ସାଥିରେ ନେଇ ହରିହର ନିଜ ଘରକୁ ଯାଇଛନ୍ତି।
ପ୍ରକାଶ ଯେ, ହରିହର ଏବଂ ଉର୍ମିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ବିବାହ କରିବାକୁ ସ୍ଥିର କରିଥିଲେ। ମାତ୍ର ସେମାନଙ୍କୁ ପାରିବାରିକ ସ୍ବୀକୃତି ମିଳୁ ନ ଥିଲା। ଫଳରେ ସେମାନେ ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ। ସଦର ଥାନା ଅଧିକାରିଣୀ ସ୍ବପ୍ନାରାଣୀ ଗୋଚ୍ଛାୟତଙ୍କ ଉପସ୍ଥିତିରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା।