Categories: ଅପରାଧ

ପାଣିକୁ ଡେଇଁ ପଡ଼ିଲେ ପ୍ରେମୀ ଯୁଗଳ, କାହିଁକି…

ଭାଗଲପୁର, ୧୫।୭- ରାତି ଅଧରେ ଘରୁ ଲୁଚି ପଳାଉଥିବା ଦୁଇ ପ୍ରେମୀ ଯୁଗଳ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଗଲେ। ଏହାପରେ ଗ୍ରାମବାସୀ ପିଛା କରିବାରୁ କୌଣସି ଉପାୟ ନ ପାଇ ଶେଷରେ ପାଣି ଭର୍ତ୍ତି ଏକ ଗଭୀର ଗାତକୁ ଡେଇଁପଡ଼ିଥିଲେ। ଆଉ ତାପରେ…
ଜଣାପଡ଼ିଛି ଯେ, ବିହାର ସୁପୋଲ ଜିଲାର ଭବାନୀପୁର ଦକ୍ଷିଣ ପଞ୍ଚାୟତର ଜଣେ ଯୁବତୀ ବୁଧବାର ଭୋର ସମୟରେ ନିଜ ପ୍ରେମିକ ସହ ଘରୁ ଲୁଚି ପଳାଇବାକୁ ଚେଷ୍ଟା କରୁଥିଲେ। ଘର ବାହାରେ ପ୍ରେମିକ ଜଣକ ଅଟୋ ଧରି ଅପେକ୍ଷା କରିଥିବାବେଳେ ଯୁବତୀ ଜଣଙ୍କ ଘରର ପ୍ରାଚୀର ଡେଇଁ ବାହାରକୁ ଆସିଥିଲେ। ଉଭୟ ପ୍ରେମୀଯୁଗଳ ଏହାପରେ ଅଟୋରେ ପଳାଇ ଯାଇଥିଲେ। କିନ୍ତୁ ଯୁବତୀ ଜଣଙ୍କ ଘରୁ ପଳାଇବା ସମୟରେ ପଡ଼ୋଶୀ ଘରର ଜଣେ ବ୍ୟକ୍ତି ଏହା ଦେଖିପାରିଥିଲେ। ତୁରନ୍ତ ସେ ଯୁବତୀଙ୍କ ଘରେ ଏହା ଜଣାଇଥିଲେ। ଏହାପରେ ଯୁବତୀଙ୍କ ପରିବାର ଲୋକ ଓ ଗ୍ରାମବାସୀ ମିଶି ପ୍ରେମୀ ଯୁଗଳଙ୍କ ପିଛା କରିଥିଲେ। ତେବେ ଉଭୟ ପ୍ରେମୀ ଯୁଗଳ ଏକ ପେଟ୍ରୋଲ ପମ୍ପ୍‌ରେ ଅଟୋରେ ତେଲ ପକାଇବା ପାଇଁ ଅଟକି ଥିବାବେଳେ ଗ୍ରାମବାସୀ ସେଠାରେ ପହଞ୍ଚତ୍ ଯାଇଥିଲେ। ଗ୍ରାମବାସୀଙ୍କୁ ଦେଖି ଧରାପଡ଼ିଯିବା ଭୟରେ ଉଭୟ ପ୍ରେମୀ ଯୁଗଳ ଅଟୋରୁ ବାହାରି ପେଟ୍ରୋଲ ପମ୍ପ ପାଚେରୀ ଡେଇଁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ପାଚୀର ଆରପାଖେ ଏକ ବିରାଟ ପାଣିଭର୍ତ୍ତି ଗାତ ରହିଥିଲା। ଏହାକୁ ଉଭୟ ଖାତିର ନ କରି ଦୌଡ଼ି ପଳାଇଯିବା ଲକ୍ଷ୍ୟରେ ଡେଇଁ ପଡ଼ିଥିଲେ। ତେବେ ଗଭୀର ପାଣିରେ ବୁଡ଼ି ପ୍ରେମିକଙ୍କ ମୃତ୍ୟୁ ହୋଇଯାଇଥିଲା। ଅପରପକ୍ଷରେ ପେଟ୍ରୋଲ ପମ୍ପ୍‌ କର୍ମଚାରୀ ଯୁବତୀ ଜଣଙ୍କୁ ପାଣିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି।