ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ଗଜପତି,୭ା୮(ଗିରିଧାରୀ ପରିଚ୍ଛା): ପାହାଡ଼ ଉପରେ ଥିବା କୁଡ଼ିଆରେ ଶୋଇଥିବା ବେଳେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲା ଆର୍‌ ଉଦୟଗିରି ଥାନା ଟୁଙ୍ଗୁରୁ ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଦୁହେଁ ଟୁଁଗୁରୁ ଗାଁର ଚୈତନ ମଣ୍ଡଳ ଓ ଇରଯାନୀ ମଣ୍ଡଳ। ପାହାଡ଼ ଉପରେ ଏକ କୁଡ଼ିଆ ଘରେ ରହୁଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଦମ୍ପତିଙ୍କୁ ହତ୍ୟା କରିଛନ୍ତି। କୁଡ଼ିଆ ଘରେ କିଛି ଟଙ୍କା ଓ ସୁନା ଦୁର୍ବୃତ୍ତମାନେ ନେଇଥିବା କହିଛନ୍ତି ପୁଅ ଇସ୍ମାଇଲ।

ଆର୍‌.ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରିବା ସହ ଏଜ ଅପମୃତ୍ୟୁ ମାମଲା ରୁଜୁ କରି କେସ୍‌ ନମ୍ବର ୧୨୦/୨୪ର ତଦନ୍ତ ଆରମ୍ଭ କରିଛି। ଆଜି ଏହି ଘଟଣାରେ ସାଇଣ୍ଟଫିକ୍‌ ଟିମ୍‌ ପହଞ୍ଚି ଘଟଣାସ୍ଥଳରୁ ରକ୍ତ ନମୁନା ଓ ପାରିପାର୍ଶ୍ୱିକ ସ୍ଥିତିରୁ ଅନେକ ତଥ୍ୟ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତେବେ ଦୁଇ ଦୁଇ ଜଣଙ୍କୁ ରାତି ଅଧିଆ ବୀଭତ୍ସ ହତ୍ୟା କରିଥିବା ବ୍ୟକ୍ତି ଜଣକ କିଏ ଓ କେଉଁ କାରଣରୁ ହତ୍ୟା କରିଛି, ଜଣେ ବ୍ୟକ୍ତି ବା ସଂଘବଦ୍ଧ ଆକ୍ରମଣ ଏହି ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ତେବେ ଘଟଣାର ତଦନ୍ତ ଚାଲିଥିବା ହେତୁ ତଦନ୍ତରେ କୌଣସି ବାଧା ଉପୁଜିବ। ତେଣୁ ଆର୍‌. ଉଦୟଗିରି ପୋଲିସ ଘଟଣା ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ମନା କରିଛି। ଘଟଣାର ତଦନ୍ତ ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଦିଆଯିବ ବୋଲି ବୋଲି ଆର୍‌ ଉଦୟଗିରି ପୋଲିସ ପକ୍ଷରୁ କୁହାଯାଇଛି।

Share