ସାଇକେଲରେ ଯାଉଥିଲେ ଦମ୍ପତି: ଧକ୍କାଦେଇ ଘୋଷାଡ଼ି ନେଲା ଟ୍ରକ୍‌

ଭଦ୍ରକ,୧୪।୧୧: ଭଦ୍ରକ ଜିଲା ଧାମରା-ଜାମୁଝାଡ଼ି ରାସ୍ତାର ବେତଡ଼ା ମାକେର୍ଟ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଏକ ସାଇକେଲ ଯୋଗେ ସ୍ତ୍ରୀ-ସ୍ବାମୀ ଧାମରା-ଜାମୁଝାଡି ରାସ୍ତାରେ ଯାଉଥିଲେ। ସେତିକିବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷେ ସ୍ଥାନୀୟ ଲୋକେ ଟ୍ରକ୍‌କୁ ଅଟକ ରଖି ମୃତକଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବି କରିଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଥିବା ଜଣାପଡିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହ କରନ୍ତୁ, ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪।୧୧: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର...

ତିନିବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚିତ୍ର ପୁରସ୍କାର: ବାଜି ମାରିନେନେଲା ଏହି ଚାରି ସିନେମା

ଭୁବନେଶ୍ୱର,୧୪।୧୧: ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଏକାସାଙ୍ଗରେ ତିନି ବର୍ଷ ପାଇଁ ପୁରସ୍କାର...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଏହି ଅଭିନେତା ଶ୍ରେଷ୍ଠ ନାୟକ

ଭୁବନେଶ୍ୱର,୧୪।୧୧: ୨୦୨୦, ୨୧ ଏବଂ ୨୨ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ୨୦ରେ ରଘୁ ସର୍ଦ୍ଦାର, ୨୧ରେ ପ୍ରତୀକ୍ଷା ଓ ଡାଲଚିନି ,...

ଶିଶୁ ଦିବସରେ ଖୋଲିଲା ଶିଶୁ ଗୃହ: ଫାଇଦା ପାଇବେ ୮୦୦ ଶିଶୁ

ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ୍‌): ୩ ବର୍ଷ ପରେ ଶିଶୁଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଯିବା ସହ ସେମାନଙ୍କ ଶାରୀରିକ, ବୌଦ୍ଧିକ ବିକାଶ ପାଇଁ...

ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା: ପ୍ରକାଶ ପାଇଲା ସୂଚୀ, ଜାଣନ୍ତୁ କେଉଁ ଦିନ କ’ଣ

ଭୁବନେଶ୍ୱର,୧୪।୧୧: ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ସୂଚୀ ପ୍ରକାଶ କରିଛି। ୨୧ ତାରିଖରେ ପ୍ରଥମ...

ଏହି ଦିନଠୁ OSSTET ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ ରହିଛି…

ଭୁବନେଶ୍ୱର,୧୪।୧୧: ଆସନ୍ତା ୧୯ ତାରିଖରୁ OSSTET -୨୦୨୪ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରିଛି।...

୬ ଦିନ ହେଲା ନିଖୋଜ ଥିଲେ ଯୁବତୀ: ପୋଖରୀରୁ ମିଳିଲା ମୃତଦେହ

ଦଶପଲ୍ଲା,୧୪।୧୧: ନୟାଗଡ଼ ଜିଲା ଦଶପଲ୍ଲା ଥାନା ଶରୀରଗଣ୍ଡା ଗାଁ ପୋଖରୀରୁ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା ମୁତାବକ, ୬ଦିନ...

କୃଷି ଜମିକୁ ଘରୋଇ ଜମି କରିବା ପାଇଁ ଲାଞ୍ଚ ନେଉଥିଲେ ଆର୍‌ଆଇ, ପଡ଼ିଲେ ଭିଜିଲାନ୍ସ ପଞ୍ଝାରେ

ଭଦ୍ରକ,୧୪ା୧୧(ସନାତନ ରାଉତ): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ଆର୍‌ଆଇ ଭାଗବତ ଖଟୁଆଙ୍କୁ ଓଡ଼ିଶା ଭିଜିଲାନ୍ସ କର୍ମଚାରୀ ମାଡ଼ି ବସିଛନ୍ତି। ଏକ ମ୍ୟୁଟେଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri