ଗୁଳି କରି ଦମ୍ପତିଙ୍କୁ ହତ୍ୟା ଘଟଣା: ମାସକ ପରେ ସହଯୋଗୀ ଅଭିଯୁକ୍ତ ଗିରଫ, ଏବେ ବି ୫ ଫେରାର

ବଡ଼ବିଲ,୩୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା ଘଟଣାର ମାସେ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ପୋଲିସ। ହତ୍ୟା ଘଟଣାରେ ସଂପୃକ୍ତ ସହଯୋଗୀ ଅଭିଯୁକ୍ତ ଜଣକ ହେଲେ ରୁଗୁଡ଼ି ଥାନା ଲଇଡ଼ାପଡ଼ା ଗ୍ରାମର ମାଖନ ନାଏକ। ଶନିବାର ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ପ୍ରାୟ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତେଜରାତି ଦୋକାନରେ ପଶି ଗୁଳି କରି ଦମ୍ପତି (ଲକ୍ଷ୍ମୀଧର ଆପଟ ଓ ସ୍ତ୍ରୀ ମଞ୍ଜୁଲତା)ଙ୍କୁ ହତ୍ୟା କରିଥିଲାବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ତାଙ୍କ ପୁଅ।

Share