ବଡ଼ବିଲ,୨୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଲସର୍ଦା ଗାଁରେ ତେଜରାତି ଦୋକାନୀ ଦମ୍ପତିଙ୍କୁ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ସୋମବାର ରାତି ପ୍ରାୟ ୮ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ମୃତକ ଦୋକାନୀ ଦମ୍ପତି ହେଲେ ଲକ୍ଷ୍ମୀଧର ଆପଟ ଓ ମଞ୍ଜୁଲତା ଆପଟ। ଦୋକାନରେ ପ୍ରାୟ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପଶି ଗୁଳି କରି ହତ୍ୟା କରିଥିବା କୁହାଯାଉଛି। ଗୁଳିକାଣ୍ଡ ବେଳେ ଦମ୍ପତିଙ୍କ ପୁଅ ଲିପୁ ଦୌଡ଼ି ପଳାଇବାରୁ ଅଳ୍ପକେ ବଞ୍ଚିଯାଇଛନ୍ତି। ମୃତଦେହକୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ବଲାଣୀ ପୋଲିସ ତଦନ୍ତ ଜାରି ରଖିଛି।