କ୍ଷେତରେ ଗୀତ ଗାଇ ରାତାରାତି ଷ୍ଟାର୍ ପାଲଟିଛନ୍ତି ଜଣେ ବୃଦ୍ଧ କୃଷକ। ବଲିଉଡ୍ର ବଡବଡ କଣ୍ଠଶିଳ୍ପୀ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଜଣେ କୃଷକ କ୍ଷେତରେ ସମୟ ବାହାର କରି ନିଜ ସ୍ତ୍ରୀଙ୍କ ସହ ଫିଲ୍ମ ‘ଫ୍ରଫେସର’ର ଏକ ଗୀତ ଆଓ୍ବାଜ୍ ଦେକେ ହମେ ତୁମ୍ ବୁଲାଓ ..ଗୀତଟି ଗାଇଥିଲେ। ଜିତେନ୍ଦ୍ର ଏସ୍ ଜୋରାଓ୍ବତ୍ ନାମକ ଟୁଇଟର୍ ୟୁଜର ବୃଦ୍ଧ ଲାଲଚାନ୍ଦଙ୍କ ଭିଡିଓକୁ ନିଜ ଟୁଇଟର୍ ଆକାଉଣ୍ଟରେ ଶେୟାର କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି। ତାଙ୍କ କଣ୍ଠର ଯାଦୁ ଦେଖି ବଲିଉଡ୍ କଣ୍ଠଶିଳ୍ପୀ ମୋହିତ ଚୌହାନ୍, ରେଖା ଭରଦ୍ୱାଜ୍, ଏବଂ ଅଭିନେତା ମୋ. ଜିଶାନ୍ ଆୟୁବ୍ ଉକ୍ତ ବ୍ୟକ୍ତିଙ୍କୁ ପ୍ରଶଂସା କରିଛନ୍ତି। ବୃଦ୍ଧ ବ୍ୟକ୍ତି ଜଣଙ୍କ ଗାଇଥିବା ଗୀତଟିକୁ ଲତା ମଙ୍ଗେସକର ଏବଂ ମହମ୍ମଦ ରଫି ଗାଇଥିଲେ। ଏପର୍ଯ୍ୟନ୍ତ ଭିଡିଓକୁ ୪୦ ହଜାରୁ ଅଧିକ ଲୋକ ଦେଖି ସାରିଥିବାବେଳେ ହଜାରୁ ଅଧିକ ଲାଇକ୍ ମିଳିସାରିଲାଣି।