ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ରବିବାର ଗାଡ଼ି ଯାଞ୍ଚ କରାଯାଉ ଥିଲା। ସେତିକିବେଳେ ଏକ ସ୍କୁଟିରେ ସ୍ବାମୀ-ସ୍ତ୍ରୀ ଦୁହେଁ ଯାଉଥିଲେ। ହେଲେ ପୋଲିସ ସ୍କୁଟିକୁ ଯାଞ୍ଚ ବେଳେ ଡିକିରୁ ଗଞ୍ଜେଇ ଜବତ କରିଥିଲା।

ପୋଲିସ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରିଥିଲା। ଯାହାର ଓଜନ ୫ କେଜି ୧ ଶହ ଗ୍ରାମ ରହିଥିଲା। ଏନେଇ ପୋଲିସ ଏକ ମାମଲା (ନଂ.୧୩୬/୨୪) ରୁଜୁ କରି ଗଞ୍ଜେଇକୁ ଜବତ କରିଥିଲା। ପୋଲିସ ସ୍ବାମୀ-ସ୍ତ୍ରୀଙ୍କୁ ଅଟକ ରଖି ତଦନ୍ତ କରୁଥିବା ଆଇଆଇଆସି ବିଜୟ କୁମାର ହାଇବୁରୁ କହିଛନ୍ତି।

Share