Categories: ଫୁରସତ

୧୧ଲକ୍ଷର ଆସିଲା ଗ୍ୟାସ ବିଲ୍‌, ବିଲ୍‌ ଦେଖି ପରିବାର ଲୋକେ ହୋଇଗଲେ ତାଜୁବ

ଲାଇନ ବିଲ୍‌ ହେଉ କି ଗ୍ୟାସ ବିଲ୍‌। ମାସ ଶେଷବେଳକୁ ଗ୍ୟାସ ବିଲ୍‌ ଆସିଗଲେ ଟେନଶନ ଆସିଯାଏ। ଅଧିକ ଆସିଗଲେ ତ ଆହୁରି ଟେନଶନ ବଢିଯାଏ। ନିକଟରେ ଜଣେ ଦମ୍ପତିଙ୍କୁ ୧୧ଲକ୍ଷ ଟଙ୍କାର ଗ୍ୟାସ ବିଲ ମିଳିଛି। ଯାହାକୁ ଦେଖି ସେମାନେ ତାଜୁବ ହୋଇଯାଇଛନ୍ତି।

ଏପରି ଘଟଣା ବ୍ରିଟେନରେ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ୪୪ ବର୍ଷିୟ ଲି ହେନ୍ସ ଏବଂ ତାଙ୍କ ସାଥୀ ୪୫ ବର୍ଷିୟ ଜୋ ବୁଡଲିଙ୍କ ଘରକୁ ୧୧ଲକ୍ଷ ଟଙ୍କାର ବିଲ ଆସିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଏହି ବିଲ ତାଙ୍କର ଗୋଟିଏ ମାସର ନୁହେଁ ଏହା ଗତ ୧୮ ବର୍ଷର ଆସିଛି।

୨୦୦୫ରୁ ଏହି ଦମ୍ପତି ଏଠାରେ ଘର କିଣିଥିଲେ। ଗ୍ୟାସ ସଂଯୋଗ କରିବା ପରେ କିପରି ଏବଂ କେମିତି ଏହି ବିଲ୍‌ ପୈଠ କରିବେ ଜାଣିପାରି ନ ଥିଲେ। ଏହାପରେ ହଠାତ ତାଙ୍କ ପାଖକୁ ୧୧ଲକ୍ଷ ଟଙ୍କାର ବିଲ୍‌ ଆସିଥିଲା।

Share