ବିବାହରେ ଯୋଗ ଦେବାକୁ ୨୦ ଜଣଙ୍କୁ ମିଳିଥିଲା ଅନୁମତି: ଆସିଲେ ୧୦ ହଜାର, ଆଉ ତା’ପରେ

ଅଧିକାଂଶ ଦେଶରେ କରୋନା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପରି ପରିସ୍ଥିତିରେ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ବିବାହ କାର୍ଯ୍ୟକ୍ରମ ସମାପ୍ତ ହେଉଛି। କିନ୍ତୁ କରୋନା ପ୍ରତିବନ୍ଧକ ସତ୍ତ୍ୱେ ପ୍ରାୟ ୧୦ ହଜାର ଲୋକ ବିବାହରେ ଯୋଗଦେଇଥିଲେ। ବିଶେଷ କଥା ହେଉଛି ଏହି ସମୟ ମଧ୍ୟରେ ସେ କରୋନା ନିୟମ ମଧ୍ୟ ଉଲ୍ଲଂଘନ କରି ନାହାନ୍ତି।

ସୂଚନାଯୋଗ୍ୟ, କରୋନା ପ୍ରତିବନ୍ଧକ ଅନୁଯାୟୀ, ମାଲେସିଆରେ କେବଳ ୨୦ ଜଣଙ୍କୁ ବିବାହରେ ଯୋଗଦେବାକୁ ଅନୁମତି ମିଳିଥିଲା। ତେଣୁ ଏହି ଦମ୍ପତି ସେମାନଙ୍କ ବିବାହକୁ ‘ଡ୍ରାଇଭ ’ଇଭେଣ୍ଟରେ ପରିଣତ କରି ୧୦,୦୦୦ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ଡ୍ରାଇଭ ଇଭେଣ୍ଟର ଅର୍ଥ ହେଉଛି, ଲୋକେ କାରରେ ଆସି ଇଭେଣ୍ଟ ନିକଟରେ ସେମାନଙ୍କ କାରକୁ ସ୍ଲୋ କରିବେ।

ବିବାହ ପରଦିନ ସକାଳେ ଏହି ଦମ୍ପତି ମାଲେସିଆର ପୁଟ୍ରାଜିଆରେ ଏକ ସରକାରୀ ଭବନ ସମ୍ମୁଖରେ ବସିଥିଲେ। ଏହି ସମୟରେ ଅତିଥିମାନେ ଆସି ସେମାନଙ୍କ କାରରୁ ଦେଖିଥିଲେ।
ତେବେ ବର ହେଉଛନ୍ତି ମାଲେସିଆର ପୂର୍ବତନ ମନ୍ତ୍ରୀ ତଥା ପ୍ରଭାବଶାଳୀ ରାଜନେତା ଟେଙ୍ଗୁକୁ ଅଦନାନଙ୍କ ପୁଅ ଟେଙ୍ଗୁକୁ ମହମ୍ମଦ ହାଫିଜ। କନ୍ୟାଙ୍କ ନାମ ହେଉଛି ଓସିଆନ ଏଲାଜିଆ ।

ଅଦନାନ ଫେସବୁକରେ ଶେୟାର କରିଛନ୍ତି, ସେଠାକୁ ସକାଳୁ ୧୦ ହଜାର କାର ଆସି ସାରିଥିବା ତାଙ୍କୁ କୁହା ଯାଇଥିଲା। କରୋନା ନିୟମ ପାଳନ କରି କାରରୁ ନ ଓହ୍ଲାଇ ବିବାହ ଉତ୍ସବରେ ଯୋଗ ଦେଇଥିବାରୁ ସେ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରାୟ ୩ ଘଣ୍ଟା ମଧ୍ୟରେ କାରରେ ୧୦ ହଜାର ଲୋକ ସେଠାରେ ପହଞ୍ଚିଥିଲେ। କାରରେ ଆସୁଥିବା ଅତିଥିମାନଙ୍କ ପାଇଁ ମଧ୍ୟ ରାତ୍ରିଭୋଜନ କରାଯାଇଥିଲା। ଏଥିପାଇଁ ଖାଦ୍ୟ ପୂର୍ବରୁ ପ୍ୟାକ କରାଯାଇଥିଲା।

Share