Advertisement

କୋର୍ଟ ଆଗରେ ଦମ୍ପତିଙ୍କ ହାଇଡ୍ରାମା: ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ବାମୀଙ୍କ ଶର୍ଟ କଲର ଧରି ଥାନାକୁ ଟାଣିନେଲେ ପ୍ରଥମ ସ୍ତ୍ରୀ

କଟକ,୧୫।୧୦: କଟକ ଜିଲା ବାଙ୍କୀ କୋର୍ଟ ଆଗରେ ମଙ୍ଗଳବାର ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ବାମୀଙ୍କ ଶର୍ଟ କଲର ଧରି ଥାନାକୁ ଘୋଷାଡ଼ିନେଲେ ପ୍ରଥମ ସ୍ତ୍ରୀ।

ମିଳିଥିବା ସୂଚନା ମୁତାବକ , ବ୍ୟକ୍ତିଙ୍କର ଜଣେ ସ୍ତ୍ରୀ ଥିବା ବେଳେ ସେ ଦ୍ୱିତୀୟ ବିବାହ ପାଇଁ ଜଣେ ମହିଳାଙ୍କୁ ଧରି କୋର୍ଟରେ ପହଞ୍ଚିଥିଲେ। ଏହି କଥା କୌଣସି ପ୍ରକାରେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲା। ଖବରପାଇ ପ୍ରଥମ ସ୍ତ୍ରୀ ଧାଇଁଆସି କୋର୍ଟରେ ପହଞ୍ଚିଥିଲେ। ପରେ ସ୍ତ୍ରୀ ସ୍ବାମୀଙ୍କୁ ଭେଟି କାହିଁକି କୋର୍ଟକୁ ଆସିଥିବା ପ୍ରଶ୍ନ କରିଥିଲେ। ଏହା ମଧ୍ୟରେ ଉଭୟଙ୍କର ବଚସା ହୋଇଥିଲା। ସେଠାରେ ଦ୍ବିତୀୟ ବିବାହ କରିବାକୁ ଆସିଥିବା ସ୍ବାମୀଙ୍କ ଶର୍ଟ କଲର ଧରି ଥାନାକୁ ଘୋଷାଡ଼ି ନେଇଥିଲେ। ଏହି ଘଟଣା ଦେଖିବାକୁ ଲୋକେ ରୁଣ୍ଡ ହୋଇଯାଇଥିଲେ। ତେବେ ଏହି ଘଟଣା ଆଜି ବାଙ୍କୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share