Categories: ଅନୁଗୋଳ

ନବଜାତ ଶିଶୁ ସହ ୪ ଦିନ ହାଟ ପିଣ୍ଡିରେ ଦମ୍ପତି

ଅନୁଗୋଳ ଅଫିସ, ୨୨ା୭

ମେଡିକାଲରୁ ନବଜାତ ଶିଶୁକୁ ଧରି ଭଡ଼ା ଘରକୁ ଫେରିଥିବା ଏକ ଦମ୍ପତିଙ୍କୁ ଘର ମାଲିକ ଘରେ ପୂରାଇ ନ ଦେବା ଓ ଗଁାରେ ପ୍ରବେଶ ପାଇଁ ଅନୁମତି ନ ମିଳିବାରୁ ଦୁହେଁ ହାଟ ପିଣ୍ଡିରେ ୪ ଦିନ ଭୋକ ଉପାସରେ କାଟିବା ଅନୁଗୋଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଘଟଣାକୁ ନେଇ ପ୍ରଶାସନ ତତ୍ପରତା ଦେଖାଇବା ପରେ ସମ୍ପୃକ୍ତ ଦମ୍ପତି ମଙ୍ଗଳବାର ଭଡ଼ା ଘରକୁ ଫେରିଥିବା ଜଣାପଡ଼ିଛି।
ଅନୁଗୋଳ ତାମ୍ରିତ କଲୋନୀସ୍ଥିତ କେନାଲ ହୁଡ଼ାରେ ତଳମୂଳ ଅଞ୍ଚଳର ଦମ୍ପତି ସଫୋଲା ବେହେରା ଓ ବୃହସ୍ପତି ରାଓ ଭଡ଼ା ନେଇ ରହୁଥିଲେ। ଗତ ୧୫ ତାରିଖରେ ମେଡିକାଲରେ ସଫୋଲା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଶିଶୁକନ୍ୟା ସହ ଫେରିବା ପରେ ଘର ମାଲିକ ସେମାନଙ୍କୁ ଘରେ ରହିବାକୁ ମନା କରିଦେଇଥିଲେ। ଦୁଇମାସର ବକେୟା ଭଡ଼ା ଦେବା ସହ ସୁତିକିଆ ପରେ ଆସିବାକୁ କହିଥିଲେ। ଉପାୟଶୂନ୍ୟ ହୋଇ ଦମ୍ପତି ତଳମୂଳକୁ ଯାଇଥିଲେ ମଧ୍ୟ ଗ୍ରାମର କେତେଜଣ ଲୋକ ସେମାନଙ୍କୁ ପ୍ରବେଶ କରାଇ ଦେଇ ନ ଥିଲେ। ଫଳରେ ନବଜାତ ଶିଶୁକୁ ଧରି ଦମ୍ପତି ଅନୁଗୋଳ ସହର ହାଟ ପିଣ୍ଡିରେ ୪ ଦିନ ପଡ଼ି ରହିଥିଲେ। ଖବରପାଇ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଆଡିସନାଲ ତହସିଲଦାର ପ୍ରମୁଖ ପହଞ୍ଚତ୍ ଘର ମାଲିକଙ୍କୁ ବୁଝାଶୁଝା କରି ଦମ୍ପତିଙ୍କୁ ଭଡ଼ା ଘରେ ଛାଡ଼ିଥିଲେ।