ଭୁବନେଶ୍ୱର, ୩୧।୧(ବ୍ୟୁରୋ):ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏନ୍ସିସିକୁ ସ୍ନାତକ(ୟୁଜି)ରେ ପାଠ୍ୟକ୍ରମ ଭାବେ ସାମିଲ କରାଯିବ। ୟୁଜିସିର ମଡେଲ ସିଲାବସ୍ ଆଧାରରେ ୟୁଜି ସ୍ତରରେ ଏନ୍ସିସିକୁ ଜେନେରାଲ ଇଲେକ୍ଟିଭ୍ କୋର୍ସ ଭାବେ ପଢ଼ାଯିବ। ଏ ନେଇ ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଆସନ୍ତା ଶିକ୍ଷା ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ଯୁକ୍ତ୩ କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ଏହା ସାମିଲ ହେବ। ଏଥିରେ ସିଲାବସ୍ କ’ଣ ରହିବ ଏବଂ ପରୀକ୍ଷା କିପରି ହେବ ସେ ନେଇ ମଧ୍ୟ ଚିଠିରେ ସମସ୍ତ ସୂଚନା ଦିଆଯାଇଛି। ଏହି ବିଷୟ ପାଇଁ ୪ଟି ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତି ସେମିଷ୍ଟରରେ ୧୦୦ ମାର୍କର ପରୀକ୍ଷା ହେବ। ପ୍ରତି ସେମିଷ୍ଟରରେ ଲିଖିତ ମାର୍କ ୭୫ ଥିବାବେଳେ ପ୍ରାକ୍ଟିକାଲ ପାଇଁ ୨୫ ମାର୍କ ରହିଛି। ଲିଖିତ ପରୀକ୍ଷାରେ ମିଡ୍ ଟର୍ମ ପାଇଁ ୧୫ ମାର୍କ ଏବଂ ଏଣ୍ଡ୍ ଟର୍ମ ପାଇଁ ୬୦ ମାର୍କ ରହିଛି।