ମଦୁଆ ଡ୍ରାଇଭରଙ୍କୁ ଅଦାଲତର ଛାଟ: ମାତ୍ର ୨ଦିନ ମଧ୍ୟରେ ରାୟ ପ୍ରକାଶ

ପାଟଣା,୧୮।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିହ୍ନୁଆ ନିକଟରେ ଗତ ଡିସେମ୍ବର ୫ତାରିଖ ରାତ୍ରିରେ ଜଣେ ମଦ୍ୟପ ଟ୍ରକ୍‌ ଚାଳକ ବେପରୁଆ ଭାବେ ଗାଡି ଚାଳନା କରୁଥିବା ବେଳେ ଥାନା ଏଏସ୍‌ଆଇ ଦେବେନ୍ଦ୍ର ମୁର୍ମୁ ଙ୍କ ହାତରେ ଧରା ପଡ଼ିଥିଲେ। ନିଶାସକ୍ତ ଭାବେ ବେପରୱାଭାବେ ଗାଡ଼ି ଚାଳନା କରୁଥିବାରୁ ଜେଏମଏଫସି କେନ୍ଦୁଝର ମଙ୍ଗଳବାର ଉକ୍ତ ଟ୍ରକ ଚାଳକଙ୍କୁ ୧୦ହଜାର ୫ଶହ ଟଙ୍କା ଜରିମାନା କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି କେନ୍ଦୁଝର ଜିଲା ଘଟଗାଁ ଥାନା ସାନ୍ତରାପୁର ଗ୍ରାମର ନନ୍ଦକିଶୋର ମୁଣ୍ଡା। ଏନେଇ ତୁରୁମୁଙ୍ଗା ଥାନାରେ ସେକ୍ସନ ୨୮୧ ବି ଏନଏସଓ୧୮୫ ଏମଭି ଆକ୍ଟରେ ମାମଲା ରୁଜୁ ହୋଇଥିଲା। ତୁରୁମୁଙ୍ଗା ଥାନା ରେ ୩୨୪/୨୪ରେ ଏକ ମାମଲା ରୁଜୁ କରି ଘଟଣାର ବିରେନ୍ଦ୍ର କିଶୋର ବେହେରା ତଦନ୍ତ କରିଥିଲେ। ଗତ ୧୫ ତାରିଖରେ କୋର୍ଟରେ ଚାର୍ଜସିଟ ଦାଖଲ କରିବା ପରେ ମାତ୍ର ୨ଦିନ ମଧ୍ୟରେ କେନ୍ଦୁଝର ଜେଏମସିଏଫ କୋର୍ଟ ବିଚାରପତି ମାମଲାର ତ୍ୱରିତ ବିଚାର କରି ଗାଡ଼ି ଚାଳକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ହଜାର ୫ଶହ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ଚଢ଼ାଉ

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ସମ୍ବଲପୁରର ଅନ୍ୟତମ ସ୍ବେଚ୍ଛାସେବୀ ସଂଗଠନ ବିଶ୍ବ(ଭାରତ ଇଣ୍ଟିଗ୍ରେଟେଡ୍‌ ସୋସିଆଲ ଓ୍ବେଲଫେୟାର ଏଜେନ୍ସି)ର...

ଶୀତରେ ବୃଦ୍ଧାବୃଦ୍ଧଙ୍କ ମୁହଁରେ ହସ ଫୁଟାଇବାକୁ…

ଗଞ୍ଜାମ,୧୮।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ ୮ ପୁଇଁତୋଳା ସଂସ୍କୃତିକ ଗୃହରେ ଗ୍ରାସୀମ କମ୍ପାନୀ ପକ୍ଷରୁ ବରିଷ୍ଠ ନାଗରିକ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ...

ସିନିୟର ତୀରନ୍ଦାଜ ପ୍ରତିଯୋଗିତା: କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଲେ ସଞ୍ଜୟ

ଲାଞ୍ଜିଗଡ଼,୧୮।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟ୍ୟୁଷିତ ମଦନଗୁଡା ଗ୍ରାମର ଆଦିବାସୀ ଯୁବକ ସଞ୍ଜୟ ମାଝୀ ଜାତୀୟ ଏନଟିପିସି ସିନିୟର ତୀରନ୍ଦାଜ...

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ରୁପ୍ରା ରୋଡ, ୧୮।୧୨ (ସଞ୍ଜିବ ଦାସ): କଳାହାଣ୍ଡି ଜିଲା ରୁପ୍ରା ରୋଡ ରେଳ ଷ୍ଟେଶନଠାରେ ସକାଳ ଛଅ ଘଣ୍ଟା ସମୟରେ ଏକ ମାଲ ବୋଝେଇ ଟ୍ରେନର...

ନିଆରା ମୟୁର: ଜଙ୍ଗଲ ନୁହେଁ, ଲୋକଙ୍କ ଗହଣରେ ରହିବାକୁ କରୁଛି ପସନ୍ଦ

ଦାରିଙ୍ଗବାଡି,୧୮।୧୨ (ଅରୁଣ ସାହୁ): ଜଙ୍ଗଲରେ ରହୁଥିବା ପ୍ରାଣୀ ମଧ୍ୟ ମଣିଷକୁ ଭଲ ପାଏ। ଏଭଳି ପରିସ୍ଥିତି ହୁଏ ନିଜ ଜଙ୍ଗଲ ଛାଡି ଗାଁ ବସତିକୁ ଚାଲିଆସେ।...

୧୦ ଦିନ ପରେ ବଳଦ ମାରିଲା, ଖାଇ ପାରିଲା ନାହିଁ : ଜିନ୍ନତକୁ ନେଇ ତେଜୁଛି ଅସନ୍ତୋଷ

ବାରିପଦା,୧୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ରାଜ୍ୟ ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ରହୁଥିବା ମହାବଳ ବାଘୁଣୀ ଜିନ୍ନତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ...

ରାଜ୍ୟ ପର୍ଯ୍ୟଟନ ସଚିବଙ୍କ ଦିଗପହଣ୍ଡି ଗସ୍ତ: ୫-ଟି ହାଇସ୍କୁଲ, ମିଶନ ଶକ୍ତି ଗୃହ

ଦିଗପହଣ୍ଡି,୧୮ା୧୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ଗସ୍ତରେ ରାଜ୍ୟ ପର୍ଯ୍ୟଟନ ସଚିବ ତଥା କମିଶନର ବାଲୱନ୍ତ ସିଂ ଆସିଛନ୍ତି। ମଙ୍ଗଳବାର ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟ, ଶ୍ରୀଜଗନ୍ନାଥ ୫-ଟି ହାଇସ୍କୁଲ,...

ସଡ଼କ ଦୁର୍ଘଟଣାରେ ୩ ଗୁରୁତର

ହିଞ୍ଜିଳିକାଟୁ, ୧୮।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ବେଲଗାଁ ଥାନା ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ବ୍ୟକ୍ତି ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri