ନୂଆଦିଲ୍ଲୀ,୪।୪ : ସିବିଆଇ ଏବଂ ଇଡି ଦ୍ୱାରା ଦାଖଲ ହୋଇଥିବା ୪ ମାମଲାରେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କୁ ଦିଲ୍ଲୀର ଏକ କୋର୍ଟ ବିଦେଶ ଯାତ୍ରା ଅନୁମତି ପ୍ରଦାନ କରିଛନ୍ତି। ପୂର୍ବ ରେକର୍ଡ ଆଧାରରେ କାର୍ତ୍ତିଙ୍କୁ ଏହି ଆଶ୍ୱସ୍ତି ମିଳିଛି। ଟେନିସ ଟୁର୍ଣ୍ଣାମେଣ୍ଟରେ ଯୋଗଦେବାକୁ ତାଙ୍କୁ ଏପ୍ରିଲରେ ୨ ସପ୍ତାହ ପାଇଁ ମୋନାକୋ, ସ୍ପେନ ଏବଂ ବ୍ରିଟେନ ଯାତ୍ରାର ଅନୁମତି ମିଳିଛି।
ସ୍ବତନ୍ତ୍ର ବିଚାରପତି ଏମ୍.କେ.ନାଗପାଳ କହିଛନ୍ତି ଯେତେବେଳେ ତାଙ୍କୁ ବିଦେଶ ଯାତ୍ରାର ଅନୁମତି ପ୍ରଦାନ କରାଯାଇଛି ସେ ସମସ୍ତ ସର୍ତ୍ତକୁ ଭଲଭାବେ ପାଳନ କରିଛନ୍ତି। କାର୍ତ୍ତିଙ୍କ ପୁରୁଣା ସର୍ତ୍ତ ପାଳନ ରେକର୍ଡ ଆଧାରରେ ବିଦେଶ ଯାତ୍ରା ଅନୁମତି ଦିଆଯାଇଥିବା ବିଚାରପତି ସୂଚନା ଦେଇଛନ୍ତି। ଏହା ଅନ୍ତର୍ଗତ କାର୍ତ୍ତି ଏପ୍ରିଲ୍ ୨୨ ପର୍ଯ୍ୟନ୍ତ ୟୁରୋପୀୟ ଦେଶ ଯାତ୍ରା କରିବେ।