ଥିରୁଭାନନ୍ତପୁରମ୍, ୧୭।୮ : ଏକ ଯୌନ ଉତ୍ପୀଡ଼ନ ମାମଲାରେ କେରଳର କୋଜିକୋଡେ କୋର୍ଟ ୭୪ ବର୍ଷିୟ ଲେଖକ ତଥା ସମାଜସେବୀ ସିଭିକ ଚନ୍ଦ୍ରନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଏହି ରାୟ ଘୋଷଣା କରିବାବେଳେ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୫୪-ଏ ଅନୁଯାୟୀ ଅପରାଧର ପ୍ରଥମ କାରଣ ହେଉଛି ମହିଳା ଜଣକ ପିନ୍ଧିଥିବା ଛୋଟ ପୋଷାକ।
କୋଜିକୋଡେ ସେସନ୍ସ କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ସିଭିକ ଚନ୍ଦ୍ରନଙ୍କ ଜାମିନ ଆବେଦନ ସହିତ ପ୍ରସ୍ତୁତ ଫଟୋଗୁଡ଼ିକ ଦର୍ଶାଇଛି ଯେ ମୂଳ ଅଭିଯୋଗକାରୀ ନିଜେ ଛୋଟ ପୋଷାକ ପିନ୍ଧିଥିଲେ ଯାହା ଅଭିଯୁକ୍ତଙ୍କ ବିରୋଧରେ ଅଣାଯାଇଥିବା ଅଭତଯୋଗର ବିପରୀତ ଅଟେ। ଅଭିଯୋଗ ଅଣାଯାଇଥିବା ୭୪ ବର୍ଷ ବୟସ୍କ ଜଣେ ଭିନ୍ନକ୍ଷମ ପୁରୁଷ କିପରି ଜଣେ ମହିଳାଙ୍କୁ ନିଜ କୋଳରେ ବସାଇପାରିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ମହିଳାଙ୍କର ଏଭଳି ଅଭିଯୋଗକୁ ବିଶ୍ୱାସ କରିବା ଅସମ୍ଭବ ବୋଲି କୋର୍ଟ କହିଛନ୍ତି। ଏହା ସହିତ ମହିଳା ପିନ୍ଧିଥିବା ପୋଷାକ ଉପରେ ଦୋଷାରୋପ କରି କୋର୍ଟ ବଳାତ୍କାର ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର ହୋଇଥିବା କହିଛନ୍ତି।