ନିଷିଦ୍ଧାଞ୍ଚଳରେ କୋର୍ଟ ବନ୍ଦ ନିଷ୍ପତ୍ତି ନେବେ ଜିଲାଜଜ୍‌

କଟକ ଅଫିସ,୨୩ା୭: ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଜିଲା ଓ ରାଉରକେଲା ପୌରାଞ୍ଚଳରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ ଘୋଷଣା ହୋଇଛି। ପରେ ଅନ୍ୟ କିଛି ଜିଲାରେ ମଧ୍ୟ କରୋନା ସ୍ଥିତି ଦୃଷ୍ଟିରୁ କଟକଣା ଜାରି କରାଯାଇଛି। ବିଚାର ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଛି। ରାଜ୍ୟର ସମସ୍ତ ଜିଲା ଅଦାଲତ, ନିମ୍ନ ଅଦାଲତ ଓ ଟ୍ରିବ୍ୟୁନାଲର କାର୍ଯ୍ୟକୁ ସୀମିତ କରିଦିଆଯାଇଛି। ବୁଧବାର ହାଇକୋର୍ଟର ଫୁଲ୍‌କୋର୍ଟରେ ଏ ନିଷ୍ପତ୍ତି ନିଆଯାଇଛି। ଯେଉଁ ଅଞ୍ଚଳକୁ ସ୍ଥାନୀୟ ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରୁଛି, ସେଠାକାର କୋର୍ଟ ବନ୍ଦ ରଖିବା ନିଷ୍ପତ୍ତି ଜିଲା ଜଜ୍‌ଙ୍କୁ ଦିଆଯାଇଛି। ପୂର୍ବରୁ ଏଥିପାଇଁ ହାଇକୋର୍ଟ ଅନୁମତି ଦେଉଥିଲେ। କରୋନା ପାଇଁ ଜିଲା ଜଜ୍‌ଙ୍କୁ ଏହି କ୍ଷମତା ଦିଆଯାଇଛି। ତେବେ କୋର୍ଟ ବନ୍ଦ ନେଇ ହାଇକୋର୍ଟଙ୍କୁ ଅବଗତ କରିବାକୁ ପଡ଼ିବ।

Share