Categories: ଜାତୀୟ

ଏଏପି ନେତା ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କୋର୍ଟ ଶୁକ୍ରବାର ଆମ ଆଦମୀ ପାର୍ଟି (ଏଏପି)ଏମ୍‌ପି ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ନଭେମ୍ବର ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଦାଲତ ଛାଡିବାବେଳେ ସଞ୍ଜୟ ସିଂ କହିଛନ୍ତି ଯେ, କେଜ୍‌ରିଓ୍ବାଲଙ୍କ ବିରୋଧରେ ଏକ ବଡ ଷଡଯନ୍ତ୍ର ରହିଛି। କେବଳ ଗିରଫ ନୁହେଁ, ଏହି ଲୋକମାନେ କେଜ୍‌ରିଓ୍ବାଲଙ୍କ ସହ ଏକ ବଡ ଘଟଣା ଘଟାଇବାକୁ ଯାଉଛନ୍ତି।

Share