Categories: ଜାତୀୟ

ନବାବଙ୍କୁ ୪ଦିନ ରଖି ଜେରା କରିବ ଇଡି

ମୁମ୍ବାଇ,୩।୩: ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗୁରୁବାର ପିଏମ୍‌ଏଲ୍‌ଏର ସ୍ବତନ୍ତ୍ର କୋର୍ଟ ନବାବଙ୍କ ରିମାଣ୍ଡ ଅବଧି ବଢ଼ାଇ ଦେଇଛନ୍ତି। ଦାଉଦ ଇବ୍ରାହିମ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ନବାବଙ୍କ ରିମାଣ୍ଡ ଅବଧି ମାର୍ଚ୍ଚ ୭ ଯାଏ ବୃଦ୍ଧି କରିଛନ୍ତି କୋର୍ଟ। ତେବେ ୪ଦିନିଆ ରିମାଣ୍ଡରେ ନବାବଙ୍କୁ ନେଇ ପଚାରାଉଚରା କରିବ ଇଡି। ଆସନ୍ତା ମାର୍ଚ୍ଚ ୭ ଯାଏ ନବାବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ନବାବଙ୍କ ରିମାଣ୍ଡ ଅବଧି ବୃଦ୍ଧିର ଶୁଣାଣି ଥିଲା। ତାଙ୍କୁ ୬ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ଲାଗି ଇଡି କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ଏହି ମାମଲାର ଶୁଣାଣି କରି ନବାବଙ୍କୁ ୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି।

Share