କୋର୍ଟ ଚାଲାଣ ହେଲେ ରୋଷଘର ଭାଙ୍ଗିଥିବା ଅଭିଯୁକ୍ତ

ପୁରୀ ଅଫିସ,୬ା୪: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜଗନ ମହାପାତ୍ରଙ୍କୁ ଶ୍ରୀମନ୍ଦିର ରୋଷଘର ଭାଙ୍ଗିବା ଅଭିଯୋଗରେ ବୁଧବାର କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, ଜଗନ ପୁରୀ ବୁଲିବାକୁ ଯାଇଥିଲେ। ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପଶିଥିଲେ। ଶ୍ରୀମନ୍ଦିରରେ ବୁଲୁଥିବା ବେଳେ ସେ କିଛି ଅସହଜ ଅନୁଭବ କରିଥିଲେ। ତାଙ୍କୁ ମନ୍ଦିରର ପାରିପାର୍ଶ୍ୱିକ ସ୍ଥିତି କିଛି ଠିକ୍‌ ଲାଗି ନ ଥିଲା। ତା’ ପରେ ସେ ରୋଷଘରକୁ ଯାଇ ଏପରି କାଣ୍ଡ ଘଟାଇଥିବା ସ୍ବୀକାର କରିଥିବା ପୁରୀ ଏସ୍‌ପି କନଓ୍ବାର ବିଶାଳ ସିଂହ କହିଛନ୍ତି।

Share