Categories: ଜାତୀୟ

ମେଦ ବହୁଳତା ସବୁ ରୋଗର କାରଣ ଦର୍ଶାଇ ୧୫୩ କିଲୋଗ୍ରାମ ଓଜନ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ କୋର୍ଟ…

ଚଣ୍ଡିଗଡ଼,୯।୧୧ : ପଞ୍ଜାବ ହରିୟାଣା ହାଇକୋର୍ଟ ମେଦ ବହୁଳତାକୁ ସବୁ ରୋଗର କାରଣ ଦର୍ଶାଇ ଜଣେ ୧୫୩ କିଲୋଗ୍ରାମ ଓଜନ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ବିରୋଧରେ ମନି ଲାଉଣ୍ଡରିଂ ଅଭିଯୋଗ ରହିଛି। ମନି ଲାଉଣ୍ଡରିଂ ଅଧିନିୟମ ୨୦୦୨ର ଧାରା ୪୫(୧) ଅନ୍ତର୍ଗତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରହିଛି। ଅତ୍ୟଧିକ ଓଜନ କାରଣରୁ ତାଙ୍କର ଚଳପ୍ରଚଳରେ ଅସୁବିଧାକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି କରିଛନ୍ତି।

କୋର୍ଟ କହିଛନ୍ତି ଯେ ଜାମିନ ପ୍ରଦାନ ସମୟରେ କେତେକ ବିଷୟ ଉପରେ ଧ୍ୟାନ ଦିଆଯାଇଥାଏ। ଅଭିଯୁକ୍ତ ବାହାରକୁ ଯାଇ କିଛି ବେଆଇନ କାର୍ଯ୍ୟ କରିବା ଆଶଙ୍କା ମଧ୍ୟ ବିଚାର ପରିସରଭୁକ୍ତ ହୋଇଥାଏ। ତେବେ ସମ୍ପୃକ୍ତ ଅଭିଯୁକ୍ତ ଅତ୍ୟଧିକ ଓଜନ କାରଣରୁ ଏଭଳି କରି ପାରିବେ ନାହିଁ ବୋଲି କୋର୍ଟ ହୃଦବୋଧ କରିଛନ୍ତି। ଏହାପରେ ଜାମିନ ଆବେଦନ ମଞ୍ଜୁର କରାଯାଇଛି।

Share