ବୌଦ୍ଧ, ୨୧।୧(ସ୍ବ.ପ୍ର.): ବୌଦ୍ଧ ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଜିଲାରେ ଆଉ ୭୬ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲାରେ ବର୍ତ୍ତମାନ ୪୩୧ ସକ୍ରିୟ ମାମଲା ରହିଛି। ବୌଦ୍ଧ ଜିଲା ନ୍ୟାୟାଳୟର ବିଚାରପତି ଓ ୧୫ରୁ ଅଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ନ୍ୟାୟାଳୟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଜିଲା ନ୍ୟାୟାଳୟ ପରିସରକୁ ୨୧ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ସହିତ ସମସ୍ତ କୋର୍ଟ କାର୍ଯ୍ୟକୁ ୩ ଦିନ ପାଇଁ ସ୍ଥଗିତ ରଖାଯାଇଛି। ଏହି ସମୟରେ କୋର୍ଟର ଜରୁରୀ କାର୍ଯ୍ୟଗୁଡିକ ବିଚାରପତିମାନେ ଘରେ କରିବାକୁ ନିର୍ଦ୍ଦେଶ ରହିଛି।