Categories: ଜାତୀୟ

ହନୁମାନ ଚାଳିଶା ବିବାଦ ମାମଲାରେ ନବନୀତଙ୍କୁ ଝଟ୍‌କା: ଓ୍ବାରେଣ୍ଟ ଜାରି

ମୁମ୍ବାଇ,୧।୧୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିଶା ପଢ଼ିବା ବିବାଦ ମାମଲାରେ ସେଶନ କୋର୍ଟ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏମ୍‌ପି ନବନୀତ ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ପୂର୍ବରୁ ଏହି ମାମଲାରେ ଉଭୟଙ୍କୁ ନୋଟିସ ଜାରି କରି କୋର୍ଟ ସେମାନଙ୍କୁ ନଭେମ୍ବର ୧୧ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନବନୀତ ଓ ରବି ହାଜର ହୋଇ ନ ଥିଲେ। ପୁଣି ଥରେ ଗୁରୁବାର ହୋଇଥିବା ଏହି ମାମଲାର ଶୁଣାଣି ସମୟରେ ମଧ୍ୟ ଉଭୟ ହାଜର ହୋଇ ନ ଥିଲେ। ଏହାପରେ କୋର୍ଟ ଉଭୟଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରିଥିବା ସୂଚନା ରହିିଛି।

Share