Categories: ଜାତୀୟ

ପୁଣି ଅଡ଼ୁଆରେ ବାବା ରାମଦେବ

ନୂଆଦିଲ୍ଲୀ,୨୮।୧୦: କରୋନା ସମୟରେ ଲୋକଙ୍କୁ ଏଲୋପାଥି ସମ୍ପର୍କରେ ଭୁଲ ମନ୍ତବ୍ୟ ଦେଇ ଭ୍ରମ ଧାରଣା ସୃଷ୍ଟି କରିଥିଲେ ବାବା ରାମଦେବ। ଭାରତୀୟ ମେଡିକାଲ ଆସୋସିଏଶନ ଏବଂ ଅନ୍ୟ ଡାକ୍ତର ସଂଘ ଦ୍ୱାରା ଆଗତ ମାମଲାକୁ ଭିତ୍ତି କରି ଦିଲ୍ଲୀ ହୋଇକୋର୍ଟ ରାମଦେବଙ୍କୁ ସମନ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୋର୍ଟ ପକ୍ଷରୁ ନୋଟିସ ଜାରି କରାଯାଇଛି।
ସୂଚନାନୁସାରେ, କରୋନା ମହାମାରୀ ସମୟରେ ରାମଦେବ ଏଲୋପାଥି ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଲୋକ ଅକ୍ସିଜେନ୍‌ ଯୋଗୁ ନୁହେଁ ବରଂ ଏଲୋପାଥି ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲ ଅନୁମୋଦିତ ରେମିଡିସିଭର ଓ ଫେବିଡିସିଭର ବିଫଳ ହୋଇଛି ଓ ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣ ଏହାହିଁ ଅଟେ ବୋଲି ସେ କହିବା ପରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । କିନ୍ତୁ ଅଭିଯୋଗ କ୍ରମେ କୋର୍ଟ ରାମଦେବଙ୍କ ଓକିଲ ରାଜିଭ ନାୟାରଙ୍କୁ ନୋଟିସର ପ୍ରତିଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share