Categories: ବାଣିଜ୍ୟ

ରିଜର୍ଭ ବ୍ୟାଙ୍କ୍‌ଙ୍କୁ କୋର୍ଟଙ୍କ ମହଲତ

ନୂଆଦିଲ୍ଲୀ,୨୧।୨: ଦେଶର ବ୍ୟାଙ୍କଗୁଡ଼ିକ ସାଧାରଣ ଲୋକଙ୍କ ସମ୍ପତ୍ତିର ରକ୍ଷକ। ବ୍ୟାଙ୍କ ଗ୍ରାହକଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିପାରିବ ନାହିଁ ବୋଲି ଶନିବାର ସୁପ୍ରିମକୋର୍ଟ କହିଛନ୍ତି। ବ୍ୟାଙ୍କର ଲକର ପରିଚାଳନାକୁ ନେଇ ରହିଥିବା ନିୟମ ଦୁର୍ବଳ ବୋଲି କହିବା ସହ ୬ ମାସ ଭିତରେ ନୂଆ ନିୟମ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମହଲତ ଦେଇଛନ୍ତି। ଏହି ନିୟମକୁ ସାରା ଦେଶରେ ଥିବା ସବୁ ବ୍ୟାଙ୍କ ପାଳନ କରିବେ। ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କୋଲକାତା ଶାଖାର ଜଣେ ଗ୍ରାହକ ଅଭିଯୋଗ କରିଥିଲେ ଯେ ବ୍ୟାଙ୍କ ତାଙ୍କ ପ୍ରାପ୍ୟ ଦେଇ ନ ଥିବା ସହ ତାଙ୍କ ବିନା ଅନୁମତିରେ ବ୍ୟାଙ୍କ ଅଧିକାରୀ ଲକର୍‌ ଖୋଲିଥିଲେ। ସେ ଲକରରେ ବହୁ ଦାମୀ ଗହଣା ରଖିଥିବା ବେଳେ ବ୍ୟାଙ୍କ ପକ୍ଷରୁ ଅଳ୍ପ ଗହଣା ଫେରସ୍ତ କରାଯାଇଥିଲା। ଏହାକୁ ବିରୋଧକରି ଗ୍ରାହକ ଜଣକ ପ୍ରଥମେ ଜାତୀୟ ଗ୍ରାହକ ଅଭିଯୋଗ ଶୁଣାଣି କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। କୋର୍ଟ କହିଛନ୍ତି, ବ୍ୟାଙ୍କ ଗ୍ରାହକଙ୍କ ଉପରେ ଅଯୌକ୍ତିକ ଫି’ ଲଗାଇପାରିବେ ନାହିଁ।

Share