ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ନଭେମ୍ବର ୨ ସୁଦ୍ଧା ଫେରାଇବେ ଶାଶୁଘର ଚାବି

କଟକ ଅଫିସ,୨୮ା୧୦: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍‌ଡିଜେଏମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନୁଭବ ଏହି ଚାବି ଗ୍ରହଣ ନ କଲେ ବର୍ଷା କୋର୍ଟରେ ଚାବି ଜମା କରିବାକୁ ନିର୍ଦ୍ଦେଶ ରହିଛି।

କୋର୍ଟ ପୂର୍ବରୁ ଆଦେଶ ଦେଇଥିଲେ ସୁଦ୍ଧା ବର୍ଷା ଚାବି ପ୍ରଦାନ ନ କରିବାରୁ ଅନୁଭବ ବର୍ଷାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ କରିଥିଲେ। ଉଭୟ ପକ୍ଷଙ୍କ ଉତ୍ତର ଶୁଣିବା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Share