୪୪ ଦିନ ଧାରଣାରେ ପୂର୍ଣ୍ଣଚ୍ଛେଦ: ସୁମିତଙ୍କ ଘରେ ରହିବେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୪।୧: ଶେଷରେ ୪୪ ଦିନ ଧାରଣାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ବହୁଚର୍ଚ୍ଚିତ ତପସ୍ବିନୀ ଦାଶ-ସୁମିତ ସାହୁ ବୈବାହିକ ଜୀବନରେ ବିବାଦ ମାମଲାରେ ଛତ୍ରପୁର ଜିଲା କୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ତପସ୍ବିନୀ ରହିବେ। ଏହାଛଡ଼ା ସୁମିତ ତାଙ୍କୁ ମାସିକ୧୭ ହଜାର ଟଙ୍କାଦେବେ। ଏହା ପାଇବା ପରେ ସେ ଏକ ରସିଦ ସୁନିତଙ୍କୁ ଦେବେ ବୋଲି ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।

କହିରଖୁଛୁ, ତପସ୍ବିନୀଙ୍କୁ ଭଡ଼ା ଘରେ ରଖିବା ଲାଗି ଏସ୍‌ଡିଜେଏମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଜିଲା ଜଜ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମିତଙ୍କ ଓକିଲ। ଏହାକୁ କୋର୍ଟ ଖାରଜ କରିଥିବା ତପସ୍ବିନୀଙ୍କ ଓକିଲ କହିଛନ୍ତି।

Share