ଅଙ୍ଗନୱାଡି କର୍ମୀଙ୍କୁ କୋର୍ଟ ଚାଲାଣ

ବୁଗୁଡ଼ା,୨୬।୮(କାଳିଚରଣ ଦାଶ):କୋର୍ଟରେ ଜୁନିୟର୍‌ ଟାଇପିଷ୍ଟ ପଦ ପାଇଁ ନକଲି ନିଯୁକ୍ତି ପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଠକାମୀର ଶିକାର ହୋଇଥିବା ଯୁବକ ସମେତ ୩ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ରବିବାର ଜଣେ ଅଙ୍ଗନୱାଡି କର୍ମୀକୁ ବୁଗୁଡ଼ା ପୋଲିସ କୋର୍ଟ ଚାଲାଣ କରିଛି। ସେ ହେଲେ ଭଞ୍ଜନଗର ଥାନା ସାନ ତୁଳସୀପଲ୍ଲୀ ଗ୍ରାମର ଅଙ୍ଗନୱାଡି କର୍ମୀ ଏ. ଦେବକୀ ପାତ୍ର। ତାଙ୍କଠାରୁ ଡାଏରୀ, ମୋବାଇଲ ଫୋନ ଜବତ ହୋଇଛି। ଦେବକୀ ଚାକିରି ଆଶାୟୀମାନଙ୍କ ସହ ଡିଲ୍‌ କରି ଅଗ୍ରୀମ ଟଙ୍କା ନେଉଥିଲେ ଏବଂ ସେଥିରୁ ତାଙ୍କ କମିଶନ ରଖି ବାକି ଟଙ୍କା ଅଭିଯୁକ୍ତ ଟୁଲୁ ପାଣିଗ୍ରାହୀକୁ ଦେଉଥିଲେ ବୋଲି ପୋଲିସ କହିଛି।
ପ୍ରଭାତ କୁମାର ପାତ୍ର ବିଟେକ ପଢା ସାରି ଚାକିରି ଅନ୍ବେଷଣରେ ଥିବା ବେଳେ ସେ ଗତ ବର୍ଷ ଜୁଲାଇ ମାସରେ ସମ୍ପର୍କୀୟ ରମେଶ ପାତ୍ରଙ୍କ ଜରିଆରେ ଟୁଲୁ ପାଣିଗ୍ରାହୀକୁ ଯୋଗାଯୋଗ କରିଥିଲେ ଏବଂ ଟୁଲୁ ଚାକିରି କରାଇଦେବ କହି ୬ ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ। ଚାକିରି ଆଶାରେ ପ୍ରଭାତ ଟୁଲୁଙ୍କୁ ୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ବଳକା ଟଙ୍କା ଚାକିରି ହେବା ପରେ ଦେବେ ବୋଲି କଥା ଛିଣ୍ଡିଥିଲା। ଗତ ଜୁଲାଇ ୯ ତାରିଖରେ ବୁଗୁଡ଼ା ଅଦାଲତରେ ଟାଇପିଷ୍ଟ ପଦବିରେ ଚାକିରି ପାଇଥିବା ଏବଂ ଚଳିତ ଅଗଷ୍ଟ ୭ ତାରିଖରେ ବୁଗୁଡ଼ା ଅଦାଲତରେ ଆବଶକ ପ୍ରମାଣପତ୍ର ଦାଖଲ କରି ଚାକିରିରେ ଯୋଗ ଦେବାକୁ ରେଜିଷ୍ଟ୍‌ ପୋଷ୍ଟରେ ନିଯୁକ୍ତି ପତ୍ର ପାଇବା ପରେ ଆଉ ୨ ଲକ୍ଷ ୭୧ ହଜାର ଟଙ୍କା ଟୁଲୁଙ୍କ ବ୍ୟାଙ୍କ ଅରକାଉଣ୍ଟକୁ ପ୍ରଭାତ ପଠାଇବା ସହ ଖୁସିରେ ପୂଜାପାଠ କରି ସାହି ପଡୋଶୀଙ୍କୁ ମିଠା ବାଣ୍ଟି ୭ ତାରିଖରେ ନିଯୁକ୍ତି ପତ୍ରକୁ ଧରି ବୁଗୁଡ଼ା ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ କୋର୍ଟରେ ପହଞ୍ଚିଥିଲେ। ଯାଞ୍ଚ ବେଳେ କୋର୍ଟର କର୍ମଚାରୀମାନେ ନିଯୁକ୍ତି ପତ୍ରକୁ ନକଲି ବୋଲି କହିଥିଲେ। ବୁଗୁଡ଼ା ଜେଏମ୍‌ଏଫସି ମାଜିଷ୍ଟ୍ରେଟ ଏହି ନିଯୁକ୍ତି ପତ୍ର ନକଲି ହୋଇଥିବା ଜାଣି ବୁଗୁଡ଼ା ଥାନାକୁ ଜଣାଇଥିଲେ। ଏ ନେଇ ପୋଲିସ ନଂ ୩୯୮/୨୪ରେ ଏକ ମାମଲା ରୁଜୁ ହୋଇ ପୂର୍ବରୁ ଠକେଇ ଗ୍ୟାଙ୍ଗର ରମେଶ ପାତ୍ର, ଟୁଲୁ ପାଣିଗ୍ରାହୀ ଓ ପ୍ରଭାତ କୁମାର ପାତ୍ରକୁ ଗିରଫ କରିଥିବା ବେଳେ ରବିବାର ଦେବକୀଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri