Categories: ଜାତୀୟ

ଟୁ-ଫିଙ୍ଗର ଟେଷ୍ଟ କରିବାକୁ ନେଇ ଡାକ୍ତରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ଶିମ୍‌ଲା,୧୫।୧ : ବଳାତ୍କାରର ଶିକାର ହୋଇଥିବା ଜଣେ ନାବାଳିକାଙ୍କ ଟୁ-ଫିଙ୍ଗର ଟେଷ୍ଟ କରିଥିବା ପାଲାମପୁର ସିଭିଲ୍‌ ହସ୍ପିଟାଲର ଡାକ୍ତରମାନଙ୍କୁ ହିମାଚଳପ୍ରଦେଶ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ଡାକ୍ତରଙ୍କ ତ୍ରୁଟି ପାଇଁ ରାଜ୍ୟ ସରକାର ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଇନର ଉଲ୍ଲଂଘନ ପାଇଁ ଦାୟୀ ଡାକ୍ତରମାନଙ୍କ ବିରୋଧରେ ତଦନ୍ତ ପାଇଁ ଜଷ୍ଟିସ୍‌ ତର୍ଲୋକ ସିଂ ଚୌହାନ ଏବଂ ସତ୍ୟେନ୍‌ ବୈଦ୍ୟଙ୍କ ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି। ନାବାଳିକା ବଳାତ୍କାର ମାମଲାରେ ମେଡିକୋ-ଲିଗାଲ କେସ୍‌ ରିପୋର୍ଟର କୌଣସି ଅର୍ଥ ନାହିଁ। ଟୁ-ଫିଙ୍ଗର ଟେଷ୍ଟ କରାଇ ନାବାଳିକା ପୀଡ଼ିତାଙ୍କ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କରାଯାଇଥିବାରୁ ଖଣ୍ଡପୀଠ ଡାକ୍ତରମାନଙ୍କୁ ସମାଲୋଚନା କରିଥିଲେ।

Share