ଇସଲାମାବାଦ,୧୦ା୪: ଇସଲାମାବାଦର ଏକ କୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏପ୍ରିଲ ୧୧ରେ ତୋସାଖାନା ମାମଲାରେ କୋର୍ଟରେ ହାଜର ହେବାକୁ ସମନ ଜାରି କରିଛନ୍ତି। ଏକ ରିପୋର୍ଟରୁ ପ୍ରକାଶ ଯେ, ଅତିରିକ୍ତ ଜିଲା ତଥା ସେସନ୍ସ ଜଜ୍ (ଏଡିଏସ୍ଜେ)ଇସଲାମାବାଦ କୋର୍ଟ ତୋସାଖାନା ମାମଲାର ତୁରନ୍ତ ଶୁଣାଣି ପାଇଁ ଏକ ଆବେଦନ ଉପରେ ଡକାଇଛନ୍ତି।
ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଏପ୍ରିଲ ୧୧ରେ ସକାଳ ୮.୩୦ରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଏକ ରିପୋର୍ଟରେ ଦର୍ଶାଯାଇଛି, ଅନୁପସ୍ଥିତ ରହିଲେ ଆଇନ ନିଜ କାମ କରିବ।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଇମ୍ରାନଙ୍କୁ ଅଯୋଗ୍ୟ ଘୋଷଣା କରି ତୋସାଖାନା ମାମଲାରେ ତାଙ୍କୁ ଜାତୀୟ ବିଧାନସଭାରୁ ବାହାରିବା ବାଟ ଦେଖାଇଥିଲେ।