Categories: ଜାତୀୟ

ଲାଲୁ ଓ ୨ ପୁଅଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ, ୧୯।୯: ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ୨ ପୁଅ ତେଜସ୍ବୀ ଏବଂ ତେଜ୍‌ ପ୍ରତାପ ଯାଦବଙ୍କୁ ବୁଧବାର ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ସମନ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନିମନ୍ତେ ଆସନ୍ତା ଅକ୍ଟୋବର ୭ରେ କୋର୍ଟଙ୍କ ନିକଟରେ ହାଜର ହେବାକୁ ଲାଲୁ ଓ ତାଙ୍କ ୨ ପୁଅଙ୍କୁ ସମନ ହୋଇଛି।

Share