ଗୁଆହାଟୀ,୨୪।୮: ଏକ ମାନହାନି ମାମଲାରେ ଆସାମର ଏକ ଅଦାଲତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସମନ ଜାରି କରି ସେପ୍ଟେମ୍ବର ୨୯ରେ ହାଜର ହେବାକୁ କହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସ୍ତ୍ରୀ ରିନିକି ଭୂୟାଁ ଶର୍ମା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ନେଇ ସିସୋଡିଆ ଏକ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଥିଲେ। ୨୦୨୦ରେ ହିମନ୍ତ ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ରାନିକି ପିପିଇ କିଟ୍ ଯୋଗାଣ ଦାୟିତ୍ୱରେ ଥିଲେ। ସେତେବେଳେ ରାଜ୍ୟରେ ପିପିଇ କିଟ୍ର ଅଭାବ ଦେଖାଦେଇଥିଲା। ହିମନ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ।