Categories: ଜାତୀୟ

ବୁଧବାରକୁ ଘୁଞ୍ଚିଲା ରାଣା ଦମ୍ପତିଙ୍କ ଜାମିନ ଶୁଣାଣି

ମୁମ୍ବାଇ,୨।୫: ଜେଲ୍‌ରେ ବନ୍ଦ ଥିବା ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କ ପୁଣି ବଢ଼ିଲା ଅଡୁଆ। ସୋମବାର ମୁମ୍ବାଇର ଏକ ସେସନ୍‌ କୋର୍ଟ ଜାମିନ ଆବେଦନର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି। ବୁଧବାର ଏହି ମାମଲାର ଶୁଣାଣି ହେବ। ମଙ୍ଗଳବାର ଇଦ୍‌ ପାଇଁ ଛୁଟି ଥିବାରୁ ବୁଧବାର କୋର୍ଟ ଜାମିନ ଆବେଦନର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ତେବେ ମେ’୪ ପର୍ଯ୍ୟନ୍ତ ରାଣା ଦମ୍ପତି ଜେଲ୍‌ରେ ରହିବେ। ସୂଚନାଯୋଗ୍ୟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାନ୍ଦ୍ରାସ୍ଥିତ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ‘ହନୁମାନ ଚାଳିଶା’ ପାଠ କରିବେ ବୋଲି ସର୍ବସାଧାରଣରେ ଘୋଷଣା କରିଥିଲେ। ଏହାପରେ ଏପ୍ରିଲ ୨୩ରେ ପୋଲିସ ଦୁହିଁଙ୍କୁ ଗିରଫ କରିଥିଲା।

Share